STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

1 min
329


ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ସଭ୍ୟତାର ହାତ ଆଙ୍କି ଚାଲେ ଅବିରତ

ହୁଏ ଯେତିକି ଚମକପ୍ରଦ ଆକର୍ଷଣୀୟ

ତା'ଠାରୁ ଅଧିକ ଲାଗେ ବିଚିତ୍ର

ସମୟର ସ୍ରୋତ ବହେ ପଥ ବଦଳାଇ

ଭିନ୍ନ ଭିନ୍ନ ବାଙ୍କେ ନେଇ ଭିନ୍ନ ମୋଡ଼

ପ୍ରତି ମୁହୂର୍ତ୍ତରେ ବଦଳେ ଲୋକ ଚରିତ୍ର

ଉନ୍ନତ ବିଚାରର ଗବେଷଣା ଉଦ୍ଭାବନ

ସୁଖ ଶାନ୍ତି ଟିକେ ପାରୁନି ଦେଇ

ଯନ୍ତ୍ରେ ଯନ୍ତ୍ର ପାଲଟି ମଣିଷ ଭୋଗେ ଯନ୍ତ୍ରଣା

ମନ୍ତ୍ରଣା ପରେ ମନ୍ତ୍ରଣା ହଜେ ଠିକଣା

କାମନାର ହୁଏନାହିଁ କେବେ ଶେଷ

ଅଭାବ ପରେ ଅଭାବ କରେ ବ୍ୟତିବ୍ୟସ୍ତ

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ଉପରକୁ ଚହଟ ମନଲୋଭା ସୁନ୍ଦର ମାତ୍ର

ଭିତରକୁ ଘୁଣଖିଆ ବାଉଁଶ ପରି

ଛିଦ୍ର ଛିଦ୍ର ଦିଶେ ଖାଲି ସର୍ବତ୍ର

ସଫଳତାର ଶୀର୍ଷ ପାହାଚରେ ବସି

ମହା ବୈଜ୍ଞାନିକଟିଏ ମଧ୍ୟ ରହେ ଉଦାସ

ଦିଶୁନି କାହା ମୁହଁରେ ପ୍ରଫୁଲ୍ଲତାର ହସ

କାଗଜ ଫୁଲ ପରି ସବୁ ଲାଗେ କୃତ୍ରିମ

ନୀରୋଗ ସୁସ୍ଥ ସବଳ ଶରୀରଟିଏ କାହିଁ

ଜରା ବ୍ୟାଧି କବଳରେ ହୁଏ ତା'ର ମତିଭ୍ରମ

ଗଦା ଗଦା ଔଷଧ ଡାକ୍ତର ଡାକ୍ତରଖାନା

ଚିକିତ୍ସା ନିମନ୍ତେ ଖୋଲାଥାଏ ଚବିଶ ଘଣ୍ଟା

ହଟୁନି ଜୀବନ ପଥରୁ ଦୁର୍ଭାଗ୍ୟର କଣ୍ଟା

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ହୁଏ ପରିମାଣାତ୍ମକ ନାହିଁ ଗୁଣାତ୍ମକରେ ପବିତ୍ର

ଟଙ୍କାର ପରିମାଣ ନେଇ କିଣା ହୁଏ ମନ

ଦୁଃସ୍ଥ ଅସହାୟ ରହେ ଗରିବ ଅକିଞ୍ଚନ

ଆଜି ଗୋଟେ ରୋଗରୁ ଆରୋଗ୍ୟ ହେଲେ

କାଲିକୁ ମାଡ଼ି ବସେ ଆଉ ଏକ ରୋଗ

ଯା'ର ଖୋଜିଲେ ମିଳେନାହିଁ ଔଷଧ ପଥ୍ୟ

ଉପାୟ ହୁଏ ନିରୁପାୟ ମିଳେନା ସହଯୋଗ

ଉନ୍ନତମାନର କାରିଗରୀ ଶିଳ୍ପ ଯନ୍ତ୍ର ମାନବ

ମଣିଷକୁ କରେ ଦୁର୍ବଳ ଭୋଗବିଳାସୀ

ବିଳାସପୂର୍ଣ୍ଣ ଅଟ୍ଟାଳିକାରେ ରହି ବି

ହୁଏନା ତାକୁ ସୁଖର ନିଦ୍ରା ଚିନ୍ତେ ବସି

ବିଜ୍ଞାନର ଜୟଯାତ୍ରା ହୋଇପାରେ ପ୍ରଶଂସନୀୟ

ହୁଏ କିନ୍ତୁ ମାନସିକତାର ବହୁଳ ଅବକ୍ଷୟ

ସକାଳର ଦୃଶ୍ୟପଟ୍ଟ ସଞ୍ଜକୁ ଦିଶେ ବିବର୍ଣ୍ଣ

ପ୍ରତିଟି ମନ ଶଙ୍କା ସନ୍ଦେହ ଭୟେ ବିଷର୍ଣ୍ଣ

ସେ ଦିନ ହେବ ବିଜ୍ଞାନର ପ୍ରକୃତ ଜୟ

ଯେଉଁ ଦିନ ହୃଦୟକୁ ଚିହ୍ନିବ ହୃଦୟ

ସେ ପର୍ଯ୍ୟନ୍ତ ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

କେବଳ ବଞ୍ଚି ରହିବାକୁ ନିମିତ୍ତ ମାତ୍ର।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action