ବିଜନତା
ବିଜନତା
କରୋନା ଭୟରେ ଏବେ
କଟକଣା ସବୁଠି
ସାମାଜିକ ଅନୁଷ୍ଠାନେ
ବିଜନତା ରାଜୁତି ।
ମନ୍ଦିର କି ମସଜିଦ
ଉପାସନା ପୀଠ
ଖାଁ ଖାଁ ଲାଗେ ଏବେ
ଗୀର୍ଜାଘର ମଠ ।
ପଡୁନି ତାଆସ ପାଲି
ଜମୁନାହିଁ ଖଟି
ବୁଢାଙ୍କର ବଇଠକି
ଟୋକାଙ୍କର ପାର୍ଟି ।
ସଙ୍କ୍ରମଣ , ମୃତ୍ୟୁ ସ°ଖ୍ୟା
ନିଇତି ବଢୁଛି
ଦୁଃଖ ଆଉ ସନ୍ତାପରେ
ଦୁନିଆ ଷଢୁଛି ।
ଦଶହରା ସରିଗଲା
ଗଲା ଦୀପାବଳି
"ବିଜନତା" ପୂଜାମଜା
ସବୁଦେଲା ଜାଳି ।
ଏବର୍ଷ ହୋଇଲେ ପ୍ରଭୁ
ନାଗାର୍ଜୁନ ବେଶ
ଶ୍ରୀମନ୍ଦିରେ ହେଲାନାହିଁ
ଭକ୍ତ ସମାବେଶ ।
ହେଲାନାହିଁ ବାଲିଯାତ୍ରା
ଅବା ଡଙ୍ଗା ଭସା
ସବୁ ପର୍ବ ପର୍ବାଣୀରେ
ଘୋଟୁଛି ନିରାଶା ।
ବିଜନତା ବଢାଉଛି
ମାନସିକ ଚାପ
ସେକଥା ବୁଝିବ କାହୁଁ
କରୋନାର କୋପ ।
ସାମାଜିକ ପ୍ରାଣୀ ଏବେ
ମାପୁଛି ଦୂରତା
ମହାମାରୀ ହଟିବାକୁ
ଲୋଡା "ବିଜନତା" ।
