ବିଘ୍ନ ବିନାଶନ ପ୍ରଭୁ ଗଜାନନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ
ସିଦ୍ଧିରେ ବି ତୁମେ ବୁଦ୍ଧିରେ ବି ତୁମେ
ବିଦ୍ୟାରେ ବି ତୁମେ ମହାଜନ
ସକଳେ ଡାକନ୍ତି ଆକୁଳ ହୃଦୟେ
ବିକଳ ପ୍ରାର୍ଥନା ବାରେ ଘେନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ ।୧।
ଅଗ୍ର ପୂଜ୍ୟ ତୁମେ ସ୍ବର୍ଗ ପୂଜ୍ୟ ତୁମେ
ବିପ୍ର ପୂଜାରମ୍ଭେ କରେ ଧ୍ୟାନ
ଅକାଳରେ ତୁମେ ସକାଳରେ ତୁମେ
ସକଳ ଦୁଃଖର ବିନାଶନ
ଗଣଙ୍କର ଈଶ ଆହେ ଗଣାଧିଶ
ଗିରିଜା ନନ୍ଦନ ପ୍ରଭୁ ଶିବ ଧନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ ।୨।
ମାତୃ ଆଜ୍ଞା ପାଇ ଦ୍ବାର ପାଳ ହେଲ
ଜାଣି ନପାରିଲେ ପଞ୍ଚାନନ
କଟି ଗଲା ମୁଣ୍ଡ ଯୋଡ଼ିଲେ ତ୍ବରିତ
ଜାଣିଲା ଜଗତ ଗଜାନନ
ମୂଷିକ ବାହନେ ବ୍ରହ୍ମାଣ୍ଡ ଭ୍ରମିଲ
ଭ୍ରମରେ ପକାଇ ତିନି ଭୁବନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ ।୩।
