STORYMIRROR

Ajaya Kumar Mohanty

Tragedy

3  

Ajaya Kumar Mohanty

Tragedy

ବିଦାୟବେଳା

ବିଦାୟବେଳା

1 min
9.6K



ଆଶ୍ବିନର ଶେଷ ଦିନ

ତେଇସି ଟା ପଞ୍ଚାବନ

ଟ୍ରେନ୍ ଆସିବା ସମୟ

ସମସ୍ତଙ୍କ ଅଜଣାରେ

ଶରତ ପହଞ୍ଚେ ଷ୍ଟେସନ ।


ଜାଣି ହୁଏ ନାହିଁ

ବିତିଯାଏ ସୁଖର ସମୟ

ରହିଯାଏ ସ୍ମୃତି ତା ଅନେକ

କାଟିବାକୁ ହେବ ଦିନ

ଅପେକ୍ଷାରେ ଆଗାମୀ ବରଷ

ବ୍ଯାଗରେ ତେଣୁ ଭରା

କେଇ ମୁଠା ଗଙ୍ଗଶିଉଳି

ଗୋଛାଏ କାଶତଣ୍ଡି ଫୁଲ।


ବିଦାୟ ତ ଦୁଃଖ ଭରା

ଛାଡିବାର ଆବେଗ ଅନେକ

ଆସିଲେ ଯିବାକୁ ହୁଏ

ସବୁ କିଛି ବିଧି ନିର୍ଦ୍ଧାରିତ,

ଟ୍ରେନ୍ ଝରକାରୁ ଦେଖେ

ପ୍ରିୟତମା ପୃଥିବୀର ରୂପ।


ଅପେକ୍ଷାର ଫଳ ମଧୁର

ଘୁରୁଥାଏ ସମୟର ଚକ୍ର

ଫେରିବା ନିଶ୍ଚିତ

କରିବାକୁ ମା ର ସ୍ବାଗତ

ବିଦାୟ ପୃଥିବୀ

ପ୍ରତୀକ୍ଷାରେ ପୁଣି ଏକ ବର୍ଷ ।

===============


ଅଜୟ କୁମାର ମହାନ୍ତି





Rate this content
Log in

Similar oriya poem from Tragedy