STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ବିଚିତ୍ର

ବିଚିତ୍ର

1 min
13.7K


କେଡ଼େ ବିଚିତ୍ର ସତେ ଏଇ ଜଗତ

ଏଠି ବୁଝୁନି କିଏ ମନର ମୂଲ୍ୟ

ନିତି ଖୋଜି ବୁଲୁଥାନ୍ତି ଟିକିଏ ସ୍ନେହ ପ୍ରେମ

ମା ଜନ୍ମ ଦେଇ ଛାଡିଚାଲି ଯାଏ ଅଧା ବାଟେ

ନିଜର ଭାବି କିଏ ନିୟନ୍ତି ନାହିଁ ଟିକିଏ କୋଳେ

ଭୋକିଲା ପେଟ ଆଖିରେ ଛଳଛଳ ଲୁହ

ଭୋକ ବିକଳରେ ଫୋପଡା ଅଇଁଠା ଖାଇ ଯାଏ ବେଳ

ହୃଦୟରେ ଇଚ୍ଛା ଥାଏ ପୁଣି ଅସୁମାରୀ

ଭଲ ଖାଇବା ଭଲ ପିନ୍ଧିବା ପାଇଁ ମନ ହୁଏ ବ୍ୟାକୁଳ ଭାରି

ମନର ଇଚ୍ଛା କୁ ମନରେ ମାରି ଆଖି ଲୁହକୁ ଓଠ ପିଇ

ଏମିତି ଆସିଯାଏ ସମୟ ଆୟଷ ଥାଉ ଥାଉ ଯାଏ ଜୀବନ

କିଏ କାହିଁକି ବୁଝିପାରନ୍ତି ନାହିଁ ହୃଦୟର ବିକଳ

ନିରୀହ ଆଖିରେ ଥାଏ ଅନେକ ସପନ

ଭୋକ ଉପାସରେ ଚାଲିଯାଏ ସମୟ

ଦେଖି ଦେଲେ ଏମିତି ଦୃଶ୍ୟ ଆଖିରୁ ଝରିଯାଏ ଲୁହ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational