Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Comedy Others

4.3  

DILIP KUMAR SAHOO

Comedy Others

ବିଚାରା ବାହାଘର

ବିଚାରା ବାହାଘର

1 min
199


  

 

  ବାଜା ରୋଷଣୀତ ସପନ ହେଲାଣି

  ମଣ୍ଡପ ମୁକୁଳା ପଡିଛି

  ବର ଚାହିଁଅଛି କନିଆ ଚାହିଁଛି

  କରୋନା ତ କାଳ ହେଉଛି । 


  ସରିଛି ନିର୍ବନ୍ଧ ତିଥି ଧରାହୋଇ

  ନିମନ୍ତ୍ରଣ ବଣ୍ଟା ସରିଛି

  କଟକଣା ଯୋଗୁ ବାହାଘର ତିଥି

  ଚାହୁଁଚାହୁଁ ଗଡିଯାଉଛି ।


   ଝିଅ ଆଖିରସେ ହଜାରେ ସପନ

   ବିରହର କଥା କହୁଛି

   ପୁଅ ଲେଖିଥିଲା ପ୍ରେମ ଗୀତ କେତେ

   କରୋନା ତ ଧୋଇ ଦେଉଛି ।


  ଭାବି ପତି ପତ୍ନୀ ପାରନ୍ତିନିଶୋଇ

  ମୋବାଇଲ ସାହା ହେଉଛି

  ହୁଆଟସପରେତ ଭିଡିଓ ଚ୍ୟାଟି°

  ଚେଇଁଚେଇଁ ରାତି ପାହୁଛି ।


   

  


Rate this content
Log in

Similar oriya poem from Comedy