Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ବିବସ ପ୍ରାଣର ଗାଥା

ବିବସ ପ୍ରାଣର ଗାଥା

1 min
148


କେ ଦେଖିଛ କୁହ ସ୍ୱପ୍ନର ସହର

କେ ଦେଖିଛ ଜହ୍ନରାତି

କେ ଦେଖିଛ କୁହ ଆଖିର ଅନ୍ଧାର

ଛଳ ଛଳ ଏକ ଛାତି I


ନୀରିହ ପ୍ରାଣର ବିବସତା ଯଦି 

କେ ଶୁଣିଛ ମୋତେ କୁହ

ଅଶାନ୍ତ ମନରେ ଝଡ ଉଠେ ଯେବେ

ଆଖି ଢାଳିଦିଏ ଲୁହ I


କଥାରେ ତୁମର ଅସରନ୍ତି ପ୍ରଶ୍ନ

ହଜି ହଜି ଯାଏ ମନ

ଯନ୍ତ୍ରଣାସିକ୍ତ ହୃଦୟ ତଳେ ମୋ

ଅସରନ୍ତି କ୍ଷତଚିହ୍ନ I


ତୁମ ଆଖି ଲୁହ ମୋ ଲୁହ ସହିତ

ମିଶି ହୋଇଥିଲା ନଈ

ଦେଖ ଆଜି ସେହି ଆଖି ତଳେ ମୋର

ବେଦନାର କଳାଛାଇ I


ସ୍ୱପ୍ନ ମୋର କେବେ ଭାଙ୍ଗିବନି ସଖୀ

ଭାଙ୍ଗିବନି ମୋର ନିଦ

ହର୍ଷୋଲ୍ଲାସ ଭରା ମନତଳେ ମୋର

ଭରିବନି ଅବସାଦ I


ମେ ମନ ଆକାଶ ନୀଳିମା ଲୋ କେବେ

ହେବନାହିଁ ବାଟବଣା

ନୀଳ ନିଶିଥର ନିର୍ଜନ ପ୍ରହରେ

ମନ କରିବନି ଉଣା I   



Rate this content
Log in

Similar oriya poem from Romance