STORYMIRROR

କଳ୍ପନା ରାୟ

Tragedy

4  

କଳ୍ପନା ରାୟ

Tragedy

ବିବାହ

ବିବାହ

1 min
283


ସେଦିନ ଯାଇଛି, ଯେଉଁଠି ଗ୍ରୀଷ୍ମ ଆହତ କରୁଥିଲା

ବର୍ଷାର ଅକୁହା କଥାରେ ଓଠ ଥରୁଥିଲା

ଶୀତରେ ଥରୁଥିଲେ ଵି ପ୍ରତିକ୍ରିୟା ନ ଥିଲା

ମାଆ, ସାନଵୋଉ, ଵଡଵୋଉ ଇତ୍ଯାଦିଙ୍କର

ବିବାହ - ଏ ଶବ୍ଦରେ ଛନ୍ଦି ହୋଇଥିଲେ ସେମାନେ

ସମ୍ମାନ କରୁଥିଲେ ନିଜ ଶଙ୍ଖାସିନ୍ଦୁରକୁ

ଆସିଲା ଵେଳେ ତାଙ୍କ ଘର ଲୋକଙ୍କ କଥା

ମନେ ପଡେ ତୁମ କାମରେ ବଢିବ ଵଂଶ ମର୍ଯ୍ୟାଦା

କଷ୍ଟ ହସି ହସି ସହି ଯାଉଥିଲେ

କିଛି କି ସଂଶୟ ନ ଥିଲା

ପ୍ରାପ୍ତି, ଅପ୍ରାପ୍ତି, ହାରିବା, ଜିତିବା

ଲାଭ, କ୍ଷତି ହିସାବ ରଖୁ ନ ଥିଲେ

ରଖୁ ନ ଥିଲେ କଣ ? କରୁ ନ ଥିଲେ କେବେ

ବାରମ୍ଵାର ପରୀକ୍ଷା ଦେବାକୁ ପଡୁଥିଲା

ସଂସାର ନାଆ ପାଇଁ ଦାବାଗ୍ନିରେ ପଶୁଥିଲେ ।


ବର୍ତ୍ତମାନର ପାଠପଢୁଆ ପୁଅ ଝିଅ

ଵିଵାହ, ଶବ୍ଦରେ ପୁଣ୍ୟ ଖୋଜନ୍ତିନି

ଦେଖନ୍ତିନି ଦୁଇ ପରିବାରର ସୁଖ ସମ୍ଭାର

କିଛି ଶିଖିବାକୁ, ନିଜକୁ ସଜାଡିବାକୁ ଚେଷ୍ଟା କରନ୍ତିନି

ତ୍ୟାଗ କଣ ଜାଣନ୍ତିନି କି ଇଛା କରନ୍ତିନି

ଖୋଜି ନିଜ ମନମତାଣିଆ ସୁଖ

ଅଭିମାନ କରି କାମ ଆଦାୟ କରି ପାରନ୍ତିନି

ସବୁ ସୁଖ ପାଇଲେ କି ଟାଣି ଭିଡି ହୁଅନ୍ତି

ନ୍ୟାୟାଳୟର ଦ୍ବାହି ଦେଇ ଆଙ୍ଗୁଠିରେ ନଚାନ୍ତି

ଆଉ ପାଇଵେ ଆଉ ପାଇଵେ ହୋଇ

କୋର୍ଟ ଦୌଡନ୍ତି, ଇଜ୍ଜତ୍ ର ପସରା ମେଲାନ୍ତି

ଫଳରେ ଦୁଇ ପରିବାର ସନ୍ତୁଳି ହୁଅନ୍ତି

ନ ଥାଏ ଲଜ୍ଜା, ଭୟ, ଲୋକଶିକ୍ଷା

ଅନ୍ୟାୟକୁ ଜାବୁଡ଼ି ଧରି ମହିଷାକୁ ସାଥି କରନ୍ତି ।


ଵିଵାହ - ଏକ ପବିତ୍ର ବନ୍ଧନ,

ଦୁଇ ଶରୀରର, ଆତ୍ମାର, ଭାଵର

ମିଳନ ଦୁଇ ପରିବାରର ସାତ ପିଢି ପାଇଁ

ସାଥି ଖାଲି ଜଣେ ଅନ୍ୟ ଜଣଙ୍କର ନୁହେଁ

ପାଖ ପଡ଼ୋଶୀ, ଗାଁ ଭୂଇଁ, ବନ୍ଧୁ ବାନ୍ଧବଙ୍କର

ବର୍ଷ ବର୍ଷର ମଳିନତା ଉଭେଇଯାଇ ଏକାତ୍ମଵୋଧତାର

ଅନ୍ତର ସହ ଅନ୍ତର ମିଳନର ସ୍ବର୍ଗୀୟ ଅନୁଭୂତି ।



Rate this content
Log in

Similar oriya poem from Tragedy