STORYMIRROR

Kamal Kumar Dash

Inspirational

3  

Kamal Kumar Dash

Inspirational

ବିବାହ ବନ୍ଧନ

ବିବାହ ବନ୍ଧନ

1 min
457


ପରକୀୟା ପ୍ରୀତି ଦଣ୍ଡନୀୟ ନୁହେଁ

କହିଦେଲେ କୋର୍ଟ ବୋଲି

ଭାଙ୍ଗି ଯିବ ସବୁ ବିବାହ ବନ୍ଧନ

ମିଛ ସେ କଳ୍ପନା ଖାଲି (1)

ବିବାହ ବନ୍ଧନ ଖେଳନାଟେ ନୁହେଁ

ପଡିଲେ ଭାଙ୍ଗିବ ଖାଲି

ଭାଙ୍ଗିବ ନାହିଁରେ ମନର ବନ୍ଧନ

କୋର୍ଟ କହିଦେଲେ ବୋଲି (2)

ଯେଉଁ ସଂପର୍କରେ ପୀରତି ନଥାଏ

ତା ଭାଙ୍ଗିବା ସତ କଥା

ସମସ୍ତେ ଜାଣନ୍ତି ସବୁ ଅଭିନୟ

ଫେରିବାଟା ସତ କଥା (3)

ଜଣେ ଜଣ କଂର ମନ କଥା ବୁଝି

ଚାଲୁ ଥିଲେ ହାତ ଧରି

ଯନ୍ତ୍ରଣାରେ ଭରା ଜୀବନର ବାଟ

ହସି ହସି ଯାଏ ସରି (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational