STORYMIRROR

Paramita Mishra

Inspirational

3  

Paramita Mishra

Inspirational

ବହୁତ ମନେ ପଡ଼ନ୍ତି

ବହୁତ ମନେ ପଡ଼ନ୍ତି

1 min
26.4K


ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି

ଆମ ଝିଅ ଯେବେ ରାତିରେ ଉଠି

ପଚାରୁଛି ମା, ବାପା କାହାନ୍ତି

ଖଟ ପାଖରେ ଫଟୋ ତାଙ୍କରି

ଶୋଇଯାଏ ତାକୁ ଜାବୁଡ଼ି ଧରି

ବାପା ତାଙ୍କର ଯେ ଆଉ ଆସିବେନି

ଉତ୍ତର ବା ତାକୁ କ’ଣ ଦିଅନ୍ତି ?

ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।

ରାତି ପାହି ନୀତି ସକାଳ ହୁଏ

ନୀଡ଼ ପକ୍ଷୀ ପୁଣି ନିଡ଼େ ବାହୁଡ଼ିଯାଏ

ଶାଶୁ ମା ମୋର ଦୁଆର ମୁହେଁ

ପୁଅ ଆସିବା ବାଟକୁ ଚାହିଁ ରୁହନ୍ତି

ଶ୍ୱଶୁର ମୋର ଭାରି ଦାମ୍ଭିକ

ଲୁଚି ଯାଇଛି ତାଙ୍କ ହସ ଟିକକ

ତାଙ୍କରି ଫଟୋ ଆଗରେ ରହି

ଏକା ଲୟେ ତାଙ୍କୁ ଦେଖି ଥାଆନ୍ତି

ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।

ଅସରନ୍ତି କଥା ମନରେ ଧରି

କୋହକୁ ମନରେ ଚାପି ନ ପାରି

ଅଜାଣତେ ଯଦି କେବେ ଲୁହ ଯାଏ ଗଡ଼ି

ଆମ ପୁଅ, ଝିଅ ପୋଛି ଦିଅନ୍ତି ।

କେବେକେବେ ଟିକେ ଥକି ଯାଉଛି

କିନ୍ତୁ ହାରିବିନି କଥା ଦେଉଛି

ଜାଣିଛି ମୁଁ, ତୁମେ ସଦାବେଳେ

ମୋ ପଛେ ରହିଥିବ ଏମିତି

ଆଜି ବି ଯେବେ ତାଙ୍କ ଭାବନାରେ

ଗର୍ବରେ ଯେବେ ମୁଁ ରାସ୍ତାରେ ଚାଲେ

ଲୋକେ ଶହୀଦର ସ୍ତ୍ରୀ ବୋଲି କୁହନ୍ତି

ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।।rm

Paramita mishra


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational