STORYMIRROR

Paramita Mishra

Others

2  

Paramita Mishra

Others

ସଖା

ସଖା

1 min
9.3K




ବୁଝିଛ କି କେବେ ସଖା

ମୁଁ କାହିଁକି ଏକା ଏକା,

ମୋ ଅନ୍ତର ର ମରୁଭୂମି ରେ

କେତେ ଉଠେ ଝଡ଼ଝଞ୍ଜା।

ମୃଗତୃଷ୍ନା ମୋର କେବେ ଯେ ମେଣ୍ଟିବ,

ତୁମେ ଯେ ମୋ ପାଇଁ

ଖାଣ୍ଟି ଏକ ମରିଚୀକା।

ଅରୁଣିମା ରେ ସୂର୍ଯ୍ୟଦୟ ହେଲେ

ଲାଗେ ତୁମେ ଆସିଲକି!

ତୁମେ ଯେ କେବଳ ସ୍ଵପ୍ନ

ମୁଁ ମାତ୍ର ଅଭିସାରିକା।

ଜାଣିଛ,

ରାଧିକା ର ମନ ମୋର

କଇଁ ଫୁଲ ର ମୁଁ ଆଖି,

ମୀରା ର ସୁର ରେ ବି ମୁଁ

ମୁଁ ବି ସୂରୁଜ ର ସୂର୍ଯ୍ୟମୂଖୀ।

ସଖା ତୁମେ ସବୁଠି

ସବୁଠି ମୋ ସଖା

ତଥାପି କାଇଁ ରହିଯାଇଛି ମୁଁ

ଏଇମିତି ଏକା ଏକା ଏକା।

ମୋ ସଖାrm

Paramita mishra

9337573886


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍