ଜଙ୍ଗଲୀ ଫୁଲ
ଜଙ୍ଗଲୀ ଫୁଲ
ଜଙ୍ଗଲି ଫୁଲ
🌹 🌹 🌹
ଆଜିବି କାହିଁକି ସନ୍ଧ୍ୟା ହେଲେ ମହୁଲି ମହୁଲି ବାସେ,
ଶୀତୁଆ ସକାଳେ ଝରକା ଖୋଲିଲେ
କାହିଁ ଦୁରୁ ପୁଣି ସେଇ ମଲ୍ଲୀ ଫୁଲ ବାସ ଆସେ।
କେତେ ଯେ ବରଷା, କେତେ ଯେ ବସନ୍ତ
ତା ସାଥେ ଗଲାଣି ବିତି,
ବୟସ ର ପକ୍ଷୀ ଡେଣା ଝାଡି ତାର କେବେଠୁ ଗଲାଣି ଉଡି ।
କେଜାଣି କାହିଁକି ତଥାପି ଲାଗୁଛି,
ଜଙ୍ଗଲି ଫୁଲ ମୋ ଆଜି ବୋଧେ ମୋ ବାଟକୁ ଥିବ ଜଗି।
କେତେ ବିବଶ ମୁଁ ସଖି ଦେଖନା,
ଓଠର କୋହ, ଆଖିର ଲୁହ
ଏ ମନରେ ତୋ ସ୍ମୃତିଚାର କୁ ବି
ବାହାରକୁ କାଢ଼ିବାକୁ ସାହାସ ହୁଏନା।
କିନ୍ତୁ
ସ୍ମୃତି ର ସେଇ ସୌଧରେ ବି ଘର ଟିଏ ତୋଳିଛି,
ସେ ଘରେ ଅଛି
ଶେଷ ରେ ବିତାଇ ଥିବା ତୋ ଦେହ ର ବାସ୍ନା,
ତୋ ଅଧର କୁ ପୁଣି ଥରେ ଛୁଇଁ ବାକୁ ଚାହୁଁଥିବା ମୋର ତୃଷା,
ତୋ ଗଭା ରୁ ଝରି ଯାଇ ଥିବା ମଲ୍ଲୀ ଫୁଲ ର ଅସ୍ଥି,
ତୋ ପାଇଁ କିଣିଥିବା ସେଇ ନାଲି ସଙ୍ଖା, ସିନ୍ଦୂର ର ସମାଧି।
ଆଜି ବି କେତେ ସତେଜ ସେ ଫୁଲ,
ମତେ ସଫା ଦେଖା ଯାଏ ଲାଜ ରେ ଲାଲ ପଡିଥିବା ତୋ ଗାଲ।
ଜାଣିଛି, ମୁଁ ତା ଆଖିରୁ ଝରୁଥିବା ଅଶ୍ରୁ ର କାରଣ
ହତାଶ, କେତେ ନିର୍ଲଜ୍ଜ ମୁଁ
ଆଜି ବି ଝୁରି ହୁଏ, ତତେ ଟିକେ ଦେଖିବାକୁ ମନ।
ମୋ ଜୀବନେ ଆସିବ କି ଆଉ ସେଇ ଫଗୁଣ ର ଖେଳ,
ଆଶା ଖାଲି
ମୋ ସମାଧି ରେ ନୀତି ପଡୁଥାଉ
ମୋର ପ୍ରିୟ ଜଙ୍ଗଲୀ ଫୁଲ। rm
Paramita mishra
9337573886
