STORYMIRROR

Paramita Mishra

Romance

2.7  

Paramita Mishra

Romance

ପ୍ରେମ

ପ୍ରେମ

1 min
13.2K


ପ୍ରେମ ଏକ ଭାବ,

ପ୍ରେମ ମୋର ଭକ୍ତି।

ପ୍ରେମ ମୋର ପ୍ରାଣ,

ପ୍ରେମ ହିଁ ମୋ ପ୍ରାପ୍ତି।


ପ୍ରେମ ହିଁ ସତ୍ଯ,

ପ୍ରେମ ରେ ଅଛି ଶକ୍ତି।

ପ୍ରେମ ହୃଦୟ ର ଭାଷା,

ପ୍ରେମ ରେ ମିଳେ ଆଶ୍ୱସ୍ତି।


ପ୍ରେମ ଦେଇଛି ସମ୍ମାନ,

ପ୍ରେମ ହିଁ ମୋ ସମ୍ପତ୍ତି।

ପ୍ରେମ କଲା ପରିବର୍ତ୍ତନ,

ପ୍ରେମ ହେଲା ମୋର ପ୍ରକୃତି।


ପ୍ରେମ କେବେ ପୂଣ୍ୟତୋୟା,

ପ୍ରେମ ବି ପ୍ରଳୟ।

ପ୍ରାୟଶ୍ଚିତ ରେ ବି ଅଛି ପ୍ରେମ,

ପ୍ରେମ ହିଁ ପ୍ରାୟଶ୍ଚିତ ।


ପ୍ରେମ ଶିଖାଏ ଅହିଂସା,

ପ୍ରେମ ହୋଇପାରେ ଅନ୍ତର ଯୁଦ୍ଧ ।

ପ୍ରେମ ର ନାହିଁ ବ୍ୟୁତ୍ପତ୍ତି,

ପ୍ରେମ କିନ୍ତୁ ବିଦ୍ରୋହ।


ପ୍ରେମରେ ପ୍ରଣୟ

ପ୍ରମରେ ପ୍ରିତିରାସ।

ପ୍ରେମ ଲକ୍ଷେ ପ୍ରତିକ୍ଷା,

ପ୍ରେମ କାହାର ସନ୍ଯାସ।


ପ୍ରେମ ପହିଲି ବସନ୍ତ,

ପ୍ରେମେ ବହେ ମଳୟ.

ପ୍ରେମ ରଙ୍ଗୀନ୍ ଇନ୍ଦ୍ରଧନୁ,

ପ୍ରେମରେ କିନ୍ତୁ ନାହିଁ କାହାର ବଳୟ।rm


Paramita mishra


Rate this content
Log in

Similar oriya poem from Romance