STORYMIRROR

Paramita Mishra

Others

2  

Paramita Mishra

Others

ପ୍ରୀତି ମାଳ

ପ୍ରୀତି ମାଳ

1 min
2.8K


ପ୍ରିୟ ତୁମ ନାଁ ରେ

ଗୁନ୍ଥିଦେଲି ଗୁନ୍ଥିଦେଲି

ନିଜକୁ ସୁତାରେ...


ବିଶ୍ୱାସର ସୁତା ମୋର ଭାରି ମଜବୁତ୍

ସେଥିରେ ଗୁନ୍ଥିଲି ଫୁଲ ଜାତି ପାରିଜାତ

ଗୋଲାପି ରଙ୍ଗର ମନ

ନାଲି ହସର ମୁକୁତା

ହଳଦି ରଙ୍ଗ ର ପ୍ରିୟ

ଆମରି ବନ୍ଧୁତା

କଷି କରି ବାନ୍ଧି ନେଇ ଭରସାର ଗଣ୍ଠି

ପ୍ରିତି ଅତରର ଛିଟା ଶେଷେ ଦେଲି ଛିଞ୍ଚି

ମନ କୁଞ୍ଜ ବନେ ଲାଗେ

ପ୍ରେମ ବାୟୁ ବହେ

ନିସ୍ତରିଲି ନିସ୍ତରିଲି

ପଡି ତୁମ ଦେହେ।

ପ୍ରେମ ର ସେ ମାଳ ଗୁନ୍ଥି

ନିଜ କୁ ଗୁନ୍ଥିଲି ସେଠି

ଆପଣା ଇଛା ରେ

ପ୍ରିୟ ତୁମ ନାଁ ରେ

ଗୁନ୍ଥିଦେଲି ଗୁନ୍ଥିଦେଲି

ନିଜକୁ ସୁତାରେ....

Rm


Paramita mishra


Rate this content
Log in