STORYMIRROR

Paramita Mishra

Others

3  

Paramita Mishra

Others

କବି

କବି

1 min
13.3K


ଏକ ସୁନ୍ଦର ସମାଜ 

ଏକ ସୁସ୍ଥ ପୃଥିବୀ 

ନାନା କାରୁକାର୍ଯ୍ୟ ମନରେ ଭାବି 

କଲମ ତୁଳିକୁ ହାତରେ ଧରି 

କୋରା କାନଭାସରେ ଦୁଇ ଧାଡି 

ଲେଖିଦିଅନ୍ତି। 

ତାଙ୍କୁ କବି କୁହନ୍ତି। 

ଅଭିଯୋଗ, ଅଭିପ୍ରାୟ ଅବା ଅବସାଦ 

ଅଳ୍ପ ଅଳ୍ପରେ ଲେଖନ୍ତି ପ୍ରାରବ୍ଧ 

ଲେଖନୀ ମୁନରେ ଖଡ୍ଗ ସମଧାରୀ 

ଧାଡ଼ିଏ ଲେଖାରେ ସାରା ଦୁନିଆ ବଇରି 

ଅଗ୍ନି ସମ ଜ୍ଵାଳା  କେବେ 

ଶାନ୍ତ ପୁଣି  ନୀର ଭାବେ 

ସବୁ କଥା କହିଯାଆନ୍ତି। 

ତାଙ୍କୁ କବି କୁହନ୍ତି। 

ଧାଡ଼ିଏ କଥାକୁ ଭାଙ୍ଗି ଭୁଙ୍ଗି କରି 

ଧାରିଏ ପାଣିରେ ଆଣ୍ଠୁଏ ପାରି

ମନର ବେଦନା।, ଅନ୍ତର କଥା 

ଅଜାଗା କ୍ଷତକୁ ଦିଅନ୍ତି ଭାଷା। 

କିଛି ଲୁହ ସିନା ଓଠ ପିଇଯାଏ

ଆଉ କିଛି ଲୁହକୁ କବିତାରେ ଢାଳନ୍ତି।

ତାଙ୍କୁ କବି କୁହନ୍ତି।

ସମାଜ ସ୍ରୋତରେ ବି ଏକାଏକା ସେ

ଦୂର ନଦୀ ତୀରରେ ନିରୋଳାରେ ବସେ

ମନରେ ଯେତେ ଭାବ ଥିଲେ ବି 

ଓଠ କହିପାରେନା ଲେଖି ମୁଁ ଦେବି। 

ଚିତ୍ରକୂଟର ଶିଖର ଛୁଇଁ ବି

ଦୀପ ତଳି ପରି ଅନ୍ଧାରରେ ରହି ଯାଆନ୍ତି।

ତାଙ୍କୁ କବି କୁହନ୍ତି।

କବିର ଜୀବନ, କବିର ପ୍ରାଣ 

ସମ୍ପତ୍ତି କହିଲେ ଲେଖାଟି ମାନ। 

ଲେଖକ ନୁହଁଇ ଅର୍ଥର ଭୁକା

କବିର ଲେଖନୀ ନ ମାଗେ ଟଙ୍କା 

ଲେଖା ମାଗେ ନାହିଁ ଅମାପ ଧନ

ମିଳିଲେ ମିଳିଲା ଟିକେ ସମ୍ମାନ 

ଜୀବନ ସମୁଦ୍ରର କିଛି ଅଭୁଲା  ସ୍ମୃତିକୁ

କାଗଜ କଲମରେ ସାଇତି ପାରନ୍ତି। 

ତାଙ୍କୁ କବି କୁହନ୍ତି। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍