ମୋ ଜଗା, ମୋ ସଖା
ମୋ ଜଗା, ମୋ ସଖା
ରୁକ୍ଷ ପାଞ୍ଜଣକୁ କେତେ ମନାକଲି
ବାଜନା, ବାଜନା ତୁ
ତା ନା ରେ
ଅଲାଜୁକି ଚୁଡି ମୋର କି ଶୁଣୁଛି,
କାଇଁ ତୁଚ୍ଛାଟାରେ ଡାକୁଛନ୍ତି ତାକୁ
ଚାହିଲାନି ଯେ ମତେ
ଟେରେଇ ଥରେ।
କାହା ଭରସାରେ
ଦେଲା ମତେ ଟେକି,
ଅଜଣା, ଅଶୁଣା
ଦେଖିନି ମୁଁ ଜା ମୁହଁ ଥରେ
ଚାହିଁଥିଲେ ସେ
କଣ ପାରନ୍ତାନି ରୋକି।
ମନେ ମନେ,
ରହି ରହି,
ବାରମ୍ବାର ଗୋଟେ କଥା ଆସେ
ମୁଁ ତୋର ଆପଣାର
ଅତି ଆପଣାର,
ମତେ କାଇଁ ଛନ୍ଦିଲୁ ତୁ
ଆଉ କାହା ହାତେ।
ହସ୍ତଗଣ୍ଠି ର କିଛି କ୍ଷଣ ଉତ୍ତାରୁ
କିଛି ଦିନର ସେ ସଂପର୍କ
ଚିହ୍ନା ଅଚିହ୍ନା ର ଦ୍ଵନ୍ଦ ରେ
ଆସିଗଲା ତୋ ରଥଯାତ।
ସମୟ ର ହାଟରେ,
ମୁଁ ଥିଲି ବଡଦାଣ୍ଡ ରେ,
ତୁ ବସିଥିଲୁ ରଥରେ।
ମୁଁ ତତେ ଚାହିଁଥିଲି,
ଏକବାରେ, ନିର୍ବିକାରେ
ନିର୍ଝରିଣୀ ଝରଣା ଅଶ୍ରୁରେ
ହଁ ଅଭିମାନିନୀ ମୁଁ
ହୃଦୟେ ମୋ ଆଘାତ,
କିନ୍ତୁ ସେଦିନ
କେହି ପୋଛିନେଲା ମୋ ଲୁହ ତକ।
ତାଙ୍କ ହାତ ଥିଲା ମୋ ହାତରେ
ଲକ୍ଷ ଲକ୍ଷ ଜନ ସମୁଦ୍ର ମଝିରେ
ସେ କେବଳ ମୋର ଥିଲେ।
ମୁଁ ଚାହିଁଲି ତୁ ରଥରେ,
ମୁଁ ଚାହିଁଲି ତୁ ମୋ ପାଖରେ।
ମୁଁ ଧରିଛି ରଥ ଦଉଡି
ତୁ ଧରିଛୁ ମୋ ହାତକୁ।
ମୁଁ ବୁଝିଲି ତୋ ମାୟାକୁ
ତୁ ପୋଛୁଚୁ ମୋ ଲୁହକୁ।
ସେ ନୁହେଁ ଆଉ କେହି
ତୁ ହିଁ ଆସିଛୁଜଗା
ତୁ ହିଁ ସାଜିଛୁ ସଖା
ମୋ ଚକାଆଖି
ମୋ ପାଇଁ ସାଜିଛି ମୋ ଜୀବନସାଥି।rm
Paramita mishra
Paramita310@gmail.com