ଭୁଲ୍
ଭୁଲ୍


ଭୁଲ ହେବା ବା ଭୁଲ କରିବା
ମଣିଷ ମାତ୍ରେ ହିଁ ସ୍ଵଭାବତଃ ହୋଇଥାଏ
ଏ ଭୁଲକୁ ନ ସୁଧାରିବା
ଆଦୌ ଏ ଦିଗରେ ଧ୍ୟାନ ନଦେଇ
ତାର ଗୁରୁତ୍ଵ ନ ବୁଝି ଏଡି଼ ଯିବା
ସବୁଠୁ ବଡ଼ ଭୁଲ.......
ଯେ କୌଣସି ବୟସର ବ୍ୟକ୍ତି ଠାରେ
ଯେ କୌଣସି ସମୟରେ
ହୋଇଯାଏ ବେଳେ ବେଳେ ଭୁଲ
ସବୁବେଳେ ସମାନ ନ ଥାଏ
ମନର ଅବସ୍ଥା କି ଭାବ ବିଚାର
ଥିଲେ ମନ ଅଧିର ଅସ୍ଥିର ବିଚଳିତ
କୌଣସି କାର୍ଯ୍ୟର ଚାପରେ
ଅବା କାହାଠାରୁ ପାଇଥିଲେ ଧୋକା
କି ପଡି଼ ଯାଇଥିଲେ କାହାର ଠକାମୀରେ
ନିଜର ବା ଆତ୍ମୀୟଜନର ଦେହ
ହୋଇଥିଲେ ଅତିଶୟ ଖରାପ
ମଣିଷ କରି ବସେ ଭୁଲ......
ଅଭାବ ଅନଟନରେ ପଡି଼ ବା ଋଣ ଭାରେ
ଥିଲେ ସେ ଦୁଶ୍ଚିନ୍ତାରେ
ବିଚାର କରି ପାରେନା ଉଚିତ ଅନୁଚିତ
ନ ଭାବି ବି କିଛି ଆପଣା ଛାଏଁ ହୁଏ ଭୁଲ
ନିଜ ଆତ୍ମ ମର୍ଯ୍ୟାଦା ସମ୍ମାନକୁ ଚାହିଁ
ହୋଇ ଯାଏ ସେ ସଙ୍କୁଚିତ
ନୈରାଶ୍ୟତାରେ ହୁଏ ବ୍ୟତିବ୍ୟସ୍ତ
ଭିତରେ ଭିତରେ ପଡେ ଭାଙ୍ଗି
>
କେବେ କେବେ ଏ ଭୁଲ କରୁ କରୁ
କରି ବସେ ଜଣେ ଅପରାଧ
ସେ ଅପରାଧରୁ ପୁଣି କରେ ପାପ
ଯା' ଅବଶିଷ୍ଟ ଜୀବନକୁ କରେ ବିଷମୟ
ଏମିତି ତ ଛୋଟ ବଡ଼ ଭୁଲ କିଛି ନା କିଛି
ନିତି ଦିନ ହେଉଛି ପ୍ରାୟତଃ
ନିଜ ନିଜର ପରିସର ମଧ୍ୟରେ
ଥିଲେ ଜଣେ ସଚେତନ
ନିଜେ ନିଜର ଭୁଲ କରେ ସଂଶୋଧନ
ନିଜ ଭୁଲ ନ ଧରି ଅନ୍ୟର ଭୁଲ ଦେଖିବା
ବଳେ ବଳେ ସୃଷ୍ଟି କରେ ବହୁ ସମସ୍ୟା
ଭୁଲକୁ ଲୁଚାଇ ରଖିଥାଏ ଯିଏ
କେବେ ପ୍ରକାଶ ପାଇ ହୁଏ ସେ ବଡ଼
ସୁଧାରିବା ହୁଏ କଷ୍ଟ ବା ଅସମ୍ଭବ
ଭୁଲକୁ ମୂଳରୁ ଚାଲିଥିଲେ ସୁଧାରି
ଭବିଷ୍ୟତ ହୁଏ ଉଜ୍ଜ୍ଵଳ ମଧୁମୟ
ଏ ଭୁଲ ସବୁକୁ ଘୋଡାଇ ଚାଲିଥିଲେ
ଜନ୍ମେ ନିଅନ୍ତି ମିଛ ଛଳନା ବାହାନା
ଦିଏ ଜଣେ ଧୋକା କରେ ପ୍ରତାରଣା
ତୁଟିଯାଏ ଭରସା ବିଶ୍ୱାସ
ହୁଏ ସବୁ ଅନର୍ଥ ଭାଙ୍ଗେ ସଂପର୍କ
ଏ ଭୁଲକୁ ହେୟ ମଣିଲେ
ଆସେ ଅସୁବିଧା ହିଁ ଅସୁବିଧା
ଭୁଲକୁ ସୁଧାରିବା ହିଁ ଜୀବନ ଗଢି଼ବା।