STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମାର୍ଗଶୀର

ମାର୍ଗଶୀର

1 min
391



କେଦାର ଶୋଭିତ ଫୁଟି ସର୍ଷପ କୁସୁମ

ହେମଗୋଉରୀ ଆସନ୍ତି ପଡ଼ିଲାଣି ହିମ l


ଗୀତାରେ ପାର୍ଥଙ୍କୁ ପ୍ରଭୁ କହିଲେ ବୁଝାଇ

ମାସମଧ୍ୟେ ମାର୍ଗଶୀର୍ଷ ମାସ ଅଟେ ମୁହିଁ l


ନିଶୀଥ ଆକାଶେ ଉଦେ ଦେଖ ଦିବ୍ୟତାରା

ମାସ ନାମ ମାର୍ଗଶୀର ତାରା ମୃଗଶିରା l


ଆଦ୍ୟମାର୍ଗଶୀରେ ଧିରେ ଆସିଲାଣି ଶୀତ

ସଜ କରି ରଖ ସାଧୁ ଘରେ ଶୀତ ବସ୍ତ୍ର l


ଶିଶିର ରାତିରେ ପଡ଼ି ନାଶିଲା ପଦ୍ମିନୀ

ତଟିନୀ ଶୋଭିତ ଦେଖ ଫୁଟି କମଳିନୀ l


ମାର୍ଗଶୀର ମାସେ ମାତ ଦେବୀ ପଦ୍ମାଳୟା

ପୂଜା ଘରେ ଘରେ ମାଣବସା ବିଷ୍ଣୁଜାୟା l


ଲକ୍ଷ୍ମୀ ପୁରାଣ ଗାଆନ୍ତି ଭକ୍ତ ବଳରାମ

ଲକ୍ଷ୍ମୀଛଡ଼ା ହେଲେ ଜଗନ୍ନାଥ ବଳରାମ l


ମା' ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରୁ ଦେଇ ଘଉଡ଼ାଇ

ଭିକ୍ଷୁକ ବାର ଦୁଆରେ ହେଲେ ବେନିଭାଈ l


ମାତୃ ଜାତିର ମହତ ରଖିବାକୁ ପୁଣି

ଘରକୁ ଆଣିଲେ ପ୍ରଭୁ ନିଜର ଘରଣୀ l


ଏ ମାସେ କେଶବ ନାମ ମହା ବିଷ୍ଣୁଙ୍କର

ପ୍ରୀୟ ମାସ ତେଣୁ ଏହା ବିଷ୍ଣୁ ପ୍ରିୟାଙ୍କର l


ପକ୍ୱ ଧାନ୍ୟ କ୍ଷେତ ଦେଖି କୃଷକ ହରଷ

ମାର୍ଗଶୀର ଶେଷେ ଆସିଯାଏ ପୁଷମାସ ।


Rate this content
Log in