STORYMIRROR

Amita Dash

Tragedy Inspirational

4  

Amita Dash

Tragedy Inspirational

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
166


ଭୁଲ୍ ଠିକଣାରେ ଚାଲି ଆସିଥିଲି।

ଫେରିବାକୁ ଚାହେଁ ,ବାଟ ଖୋଜି ପାଉନି।

କେତେ ନୂଆ ମୁହଁ ଲାଗେ ଆପଣାର।

କେତେଜଣ ଅସହିଷ୍ନୁ ଲାଗନ୍ତି।

ସବୁ ଲାଗେ ଏଠି ଅଡ଼ୁଆ 

ତଡୁଆ।

ବୁଢ଼ୀ ଅସୁରୁଣୀ ବାଟ ଛେକିଚି।

ବୁଢୀଆଣୀ ଅଡ଼ୁଆ ସୂତାର ଅଡ଼ୁଆ ଖିଅରେ ଫସି ଛଟପଟ ହେଉଛି।

କେତେ ଖୁସିଥିଲି ପ୍ରଥମଦି ଦିନ

ଗୋଡମୋର ତଳେ ନ ଥିଲା ଲାଗି।

ସରଗ ଚାନ୍ଦ ସତେକି ଆଉ ଧରା ଦେଇଚି।

ଘଡିକ ପାଇଁ ଭୁଲିଯାଇଚି ଚନ୍ଦ୍ରରେ ଦାଗ ଅଛି।

ଜଲଦି ଏଠୁ ଚାଲି ନ ଗଲେ ଲାଗିଯିବ ମୋଠି କଳଙ୍କ କାଳି।

ଯିଏ ଆସିଛି ଫସି ଯାଇଚି।ଅଧାରାସ୍ତାରେ ଜୀବନ ଯାଇଚି।

ତଥାପି କି ମୋହିନୀ ଅଛି।

ଲୁହାକୁ ଚୁମ୍ବକ ଟାଣିଧରୁଚି।

ମୋହରେ ପଡ଼ିବାର ନାହିଁ।

କେମିତି ତ୍ରାହିପାଇବି,ପ୍ରତି ମୁହୂର୍ତ୍ତରେ ଭାବୁଚି।

ଭୁଲ୍ ଠିକଣାରେ ବାଟ ମଝିରେ ବୁଢ଼ୀ ଅସୁରୁଣୀ ଜଗି ବସିଚି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy