ଭୁଲ ଠିକଣା
ଭୁଲ ଠିକଣା
ଡାକଵାଲା ଫେରିଗଲା ଚିଠି ନଦେଇ
କିଏ ଜଣେ କହିଦେଲା ସିଏ ଏଠି ନାହିଁ
ଠିକଣାଟା ଭୁଲ ବୋଲି ସେ ଜାଣିନାହିଁ
ବଦଳୁଛି ନିତି ପ୍ରତି କେତେ ଯେ ଠିକଣା
ବାଟରୁ ଅବାଟ ହୋଇ କିଏ ବାଟବଣା
ସହଜରୁ ଅସହଜ ଲାଗେ ଏଇ ସଞ୍ଜ
ସକାଳ ସୁନେଲି ଖରା ଧୋଉନାହିଁ ଆଉ ଧରା
ସବୁ ଲାଗେ ବିପରୀତ ସମୟ ସୁଅରେ ସତ
ମୁଁ ଆଉ ମୁଁ ନାହିଁ ତମେ ଅବା ଥିବ କାହିଁ
ଠିକଣା ହଜୁଛି କେତେ ମୁଁ ଖୋଜୁଛି
ସ୍ମୃତିରେ ଯାଇଛି ଧୋଇ ସମୁଦ୍ରରେ ଲେଖେ କେହି
କବିଟିଏ ଝୁରୁଛି ମୁଁ ଶବ୍ଦର ଠିକଣା ହରାଇ l
