STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ବହୁ ରୁପି ନାରୀ

ବହୁ ରୁପି ନାରୀ

1 min
1.0K


ଅଟେ ସିନା ନାରୀ

ଜାତି ଟି ହେ ଏକ

ରହିଛି ରୂପ ଅନେକ,

ଜନନୀ ରୂପରେ

ଯଶଦା ଭୂମିକା

ସଭିଏଁ ନିଭାନ୍ତି ଦେଖ।


ଜାୟା ରୂପେ ପୁଣି

ସୀତା ସାବିତ୍ରୀ ଯେ

ଆନୁଗତ୍ୟା ପତିଙ୍କର,

ଭୃତ୍ୟା ରୂପରେ ସେ

ଶବରୀ ହୋଇଣ

ସେବା କରନ୍ତି ପତିର।


ଭଗିନୀ ରୂପରେ

ହୋଇଣ ସୁଭଦ୍ରା

ଜିଣି ଥାନ୍ତି ଭାଇ ମନ,

ସୁଭଦ୍ରା ଯେପରି

ଅଟନ୍ତି ଭଗିନୀ

ଭାଇ ଯେ ଚକାନୟନ।


କ୍ରୋଧ ବେଳେ ଭଗ୍ନୀ

ରତି କାଳେ ପତ୍ନୀ

ଭୋଜନେ ଜନନୀ ସମ,

ବିପଦେ ହୋଇଣ

ଧାତ୍ରୀ ଟିଏ ପରା

ଏହି ତ ନାରୀ ଜନମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational