STORYMIRROR

Santosh Kumar Ojha

Fantasy Others

4  

Santosh Kumar Ojha

Fantasy Others

ଭଡ଼ାଘର

ଭଡ଼ାଘର

1 min
222

ପୈତୃକ ଘରଟି ଭାଙ୍ଗି ଗଲା ପରେ

       ଖୋଜିଲି ମୁଁ ଭଡ଼ାଘର ,

ଭାଇ ସାଥେ ମନ ନମିଶିଲା ଯେଣୁ

       ତୋଳା ହେଲା ନାହିଁ ଘର ।


ଅତି ସୁକୁମାରୀ ଭାରିଜା ମୋହରି

        ସହେ ନାହିଁ ଶାଶୁ ଗିର,

କାନରେ ଫୋଡ଼ିଲା ଜିଦି ବି ଧରିଲା

        ଖୋଜି ଗଲି ଭଡ଼ାଘର ।


ପୁଅ ମୋ ପଢ଼ିବ ଇଂରାଜୀ ଭାଷାରେ

         ଚାଲୁନ ଯିବା ସହର ,

କାମ ଦାମ ସାରି ଶାନ୍ତିରେ ଶୋଇବ

         ହେଉ ପଛେ ଭଡ଼ାଘର ।


ବାପକୁ ନପୋଷି ଦାଦିକୁ ପୋଷିଲି

         ଦେଇ ଦେଇ ଘରଭଡ଼ା,

ଟିକେ ଡେରି ହେଲେ ଭଡ଼ା ପଇସାରେ

          ଘରବାଲା ହୁଏ ଛିଡ଼ା ।


ଭଡ଼ାଟିଆ ବୋଲି ପାଟି ଫିଟେ ନାହିଁ

        ଚାଲି ଯାଏ ବଂଶ ଗୋତ୍ର ,

ଘରବାଲା ଆସି ବଡ଼ ପାଟି କରେ

        ଆସିଲେ କୁଣିଆ ମୈତ୍ର ।


ଏବେ ମୁଁ ବୁଝୁଛି କେତେ ଶାନ୍ତି ପ୍ରିୟ

           ଇପ୍ସିତ ଭଡ଼ାଘର ,

ବୈକୁଣ୍ଠ ସମାନ ଅଟେ ସେହି ଘର

        ଯହିଁ ଥାଏ ସ୍ନେହ ଝର ।


Rate this content
Log in

Similar oriya poem from Fantasy