STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଭୋଳା ବାବା

ଭୋଳା ବାବା

1 min
14K


ଭୋଳା ବାବା ବୋଲି  କହୁଥାନ୍ତି ତୋତେ

ସତରେ ତୁ ବାବା ଭୋଳା

ହେଲେ କେଉଁ ନିଶା    ଭୋଳା କଲା ତୋତେ

କେ ଅଛି ବୁଝିବାବାଲା???


ସବୁ ଦେବ ଦେବୀ   ଭଲ ନେଲେ ବାଛି

ବଳକା ଯାହା ରହିଲା

ହସି ହସି ତାକୁ       ଗ୍ରହଣ କରିଲୁ

ସତରେ ତୁ କେତେ ଭୋଳା


ନାଳ କି ନର୍ଦ୍ଦମା     ପାହାଡ ପର୍ବତ

ତୋ ଲିଙ୍ଗ ପ୍ରକଟ ହେଲା

କିଏ ବା ବୁଝିବ   ତୋର ଭୋଳା ରୂପ

କୁକୁର ବି ମୁତି ଦେଲା


ଜଗତ କଲ୍ୟାଣ     ନିଶା ଘାରିଅଛି

ସେ ନିଶା କରିଛି ଭୋଳା

ସେଥିପାଇଁ ବୋଧେ   ଜାଣି ପାରୁ ନାହୁଁ

ଯିଏ ଯାହା ତୋର କଲା


ତୋର ଲକ୍ଷ୍ୟ ଏକା    ଜଗତ ବଞ୍ଚିବା

ନିଜ ସ୍ୱାର୍ଥ ଗଲେ ଗଲା

ମୋତେ ସେ ଆଶିଷ    ଦିଅ ଭୋଳା ନାଥ

ତୋ ପ୍ରେମରେ ହୁଏ ଭୋଳା



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational