STORYMIRROR

Gita Das

Tragedy

3  

Gita Das

Tragedy

ଭଙ୍ଗା ଦର୍ପଣ

ଭଙ୍ଗା ଦର୍ପଣ

1 min
13.4K



ଗୀତା ଦାସ


ମନ ଦର୍ପଣଟା ଯାଇଅଛି ଭାଙ୍ଗି

ସତେ କି ସେ ଯୋଡି ହୋଇବ

ଭାଗ୍ୟଚକ୍ର ଯାର ଘୁରି ଯାଇଅଛି

ସତେକଣ ଫେରିଆସିବ ?

ଜୀବନ ସରଗ-ଉପବନ ସମ

ହସୁଥିଲା ଯାର ଦିନେ

ଫୁଲ ଫଳେ ଭରା କି ଶୋଭିତେ ପରା

ଥିଲା ସିଏ ଧରା ପରେ ।

ଅକାଳ ବତାସ କରିଲା ହତାଶ

ଭଗାରୀ ପରାୟ ସାଜି

ଭାଙ୍ଗି ଦେଲା ଭାଗ୍ୟ-ଦର୍ପଣର କାଚ

ବୃଥା କଲା କର୍ମରାଜି ।

ସତେ କି ଏ ଜନ୍ମେ ହୋଇବ ସମ୍ଭବ

ସେ ଭଙ୍ଗା-ଦର୍ପଣ ଯୋଡି,

ମାନସେ ଭରସା ମିଳିଯିବ ସତେ

ବିଶ୍ଵାସେ ରହିଛି ପଡି ।

ହା-ହୁତାସନ ମାଳିର ଜୀବନ

ତା ଆଶା ଉଦ୍ୟାନ ପରେ

ବରଷିବେ ବିଭୁ ଆଶିଷ ହରଷେ

ଦର୍ପଣ ଯୋଡି ହେବାରେ ।


ବଳରାମପୁର ,କୁଜଙ୍ଗ

ଜଗତସିଂହପୁର ,

754141


Rate this content
Log in

Similar oriya poem from Tragedy