STORYMIRROR

Gita Das

Others

3  

Gita Das

Others

ଆମ ପରିବେଶ

ଆମ ପରିବେଶ

1 min
14.3K


କାନ୍ତ କମନୀୟା ଶାନ୍ତ ଶୋଭାମୟୀ

ମା ମୋ ଧରଣୀରାଣୀ,

ଆଧୁନିକତାର ଧ୍ବଂସମୟୀ ଲୀଳା

ତାକୁ ଧ୍ୱଂସ କରିଲାଣି ।

ଦୁଃଖିନୀ ସେ ହୋଇଲାଣି,

ସନ୍ତାନେ ତା ଶ୍ରେଷ୍ଠ ମଣିଷ-ସମାଜ

ତା ଶତ୍ରୁ ପଲଟିଲାଣି ।

ବ୍ରହ୍ମାଣ୍ଡ ମଧ୍ୟରେ ସୁନ୍ଦର ତରୁଣୀ

ସୁନ୍ଦର ତା ଗିରିବନ,

ସୁନ୍ଦର ସାଗର ସୁଶ୍ରୀ ସରୋବର

ନଦୀ ନାଳ ଶୋଭାବନ,

ସୁନ୍ଦର ତା ଫୁଲଫଳ

ସବୁଠୁ ସୁନ୍ଦର ଶସ୍ଯକ୍ଷେତ୍ର ତାର

ଜୀବଜନ୍ତୁ କୀଟ-କୁଳ।

ପ୍ରକୃତି ସୁନ୍ଦରୀ ସରବଙ୍କ ପାଇଁ

ସାଇତି ରଖିଛି ଯାକୁ ,

ଲୋଭ ମୋହଗ୍ରସ୍ତ ମାନବ ସମାଜ

ଉଜାଡ଼ି ଦେଉଛି ତାକୁ ।

ପୃଥ୍ୱୀ ଜୟ କରିବାକୁ

ଅନୀତି ଅଧର୍ମେ ହିଂସା ଦ୍ଵେଷ ଭାବେ

ସ୍ୱର୍ଗେ ଶିଡି ବାନ୍ଧିବାକୁ ।

ଯହିଁ ଦେଖେ ନେତ୍ର ପରିବେଶ ତାର,

ହେଉଅଛି ଭୀତତ୍ରସ୍ତ ,

ସବୁରି ମୂଳରେ ଜଳ,ବାୟୁ,ଶବ୍ଦ

ହୁଅଇଟି ପ୍ରଦୂଷିତ ।

ପ୍ରଦୂଷଣର କାରଣ

ଜନସଂଖ୍ୟା ବୃଦ୍ଧି, ଜଙ୍ଗଲର କ୍ଷୟ

ପୁଣି ଦ୍ରୁତ ଶିଳ୍ପାୟନ

*ବିଶେଷତଃ* ବିଶ୍ୱ ବୃକ୍ଷ-ହୀନ କରେ,

ମାନବ ବଡେଇ ପଣେ ,

ଭାବେନି ଯା ଫଳେ ପରିବେଶ ଆଜି

ହତଶୀରି ହୋଇପଡେ ।

ହୁଏନା ସଠିକେ ବର୍ଷା

ଅମ୍ଳଜାନ ହ୍ରାସ କରେ ଜୀବେ ନାଶ

ବାୟୁ ଧୂଳି ଅଣୁ ମିଶା ।

ଶିଳ୍ପ ବର୍ଜ୍ୟବସ୍ତୁ ପରିତ୍ୟକ୍ତ ଜଳ

ମିଶିକରି ବାୟୁ ଜଳେ,

ସୁସ୍ଥ ପରିବେଶ ଅସୁସ୍ଥ କରଇ

ଜୀବେ ଉଦ୍ଭିଦ ସକଳେ ।

ନାନା ରୋଗ ଜନମାଏ

ଭୋଗେ ଜୀବକୁଳ ଅସହ୍ୟ ଯାତନା

ତ୍ରାହି ତ୍ରାହି ଡାକ ଦିଏ।

ଓଜନ ସ୍ତର ଆସୁନ୍ତୁଳନ ଘଟି

ହୋଇଥାଏ ଅଂଶୁଘାତ,

ଭୂମିକମ୍ପ ଲଘୁଚାପ ଅତିବନ୍ୟା

ସୁନାମୀ ,ମରୁଡ଼ିଗ୍ରସ୍ତ

ନାହିଁ ରୋଗ ପ୍ରତିରୋଧ

ଜଗତେ ଜୀବନ-ଯାତ୍ରା ବିଶୃଙ୍ଖଳିତ

ନୁହେଁ ପୁଣି ନିରାପଦ ।

ଜ୍ଞାନ ଗନ୍ତାଘର ସଂସାରରେ ନର

ଯଦି ହୃଦୟେ ବୁଝିବ ?

ଦେଖେଇ ହେବାର ବାହାନା କୁ ଛାଡି

ବୃକ୍ଷ-ରୋପଣ କରିଵ

ପରିବେଶ ବୃକ୍ଷଭରା

ହେଲେ ଜଳବାୟୁ ହେବ ନିୟନ୍ତ୍ରିତ

ନିୟନ୍ତ୍ରିତ ହେବ ଧରା।

ହସିବ ଜଗତ ସାରା।,

ହସିବ ମା ବସୁନ୍ଧରା ।


ଗୀତା ଦାସ

ବଳରାମପୁର

ଜଗତସିଂହପୁର

754141

gitadas376@gmail.com


Rate this content
Log in