STORYMIRROR

Gita Das

Inspirational

2  

Gita Das

Inspirational

ମୋ ବାପା

ମୋ ବାପା

1 min
14.8K


ଆହେ ମୋ ଜଡ ଶରୀର।

ଦାନୀ ସୃଷ୍ଟି-କର୍ତ୍ତା ,

ମୋ ମାତା ଗୁରୁର ତୁମେ।

ରକ୍ଷାକାରୀ ଭର୍ତ୍ତା।

ପାର୍ଥିଵ ଜୀବନେ ସିନା

ପୂଜ୍ୟ ସ୍ୱର୍ଗତୁଲ୍ୟ ,

ହୃଦୟ ଅପରିସୀମ

ଅମାପ ଯା’ ମୂଲ୍ୟ।

ସନ୍ତାନ ଆଜନ୍ମୁ ପାଏ

ଯା ନାମେ ଠିକଣା ,

ସେ ଠିକଣା କରେନାହିଁ

କେବେ ବାଟ ବଣା ।

ତୁମ ହୃଦାଶିଷ ମୂଲ୍ୟ

ନୁହେଁ ଆକଳନ ,

ଯା’ ଯୋଗୁଁ ସନ୍ତାନେ ହୋନ୍ତି

ଜଗତରେ ଧନ୍ୟ।

ବିଭୁ ପଦେ ଧ୍ୟାୟୀ ସଦା

ତୁମ୍ଭରି ସେବାରେ

ବ୍ରତୀ ହେଉଥାଏ ମୁହିଁ

ସାରା ଜୀବନରେ ।


ଗୀତ ଦାସ

ବଳରାମପୁର,ଜଗତସିଂହ ପୁର

gitadas376@gmail.com


Rate this content
Log in

Similar oriya poem from Inspirational