STORYMIRROR

Gita Das

Romance

2  

Gita Das

Romance

ମୋ ପ୍ରେମ ତିନି ୠତୁ

ମୋ ପ୍ରେମ ତିନି ୠତୁ

1 min
14.1K



" ବର୍ଷା। ଶ୍ରାବଣର ସମ ଚଞ୍ଚଳ ସ୍ଵଭାଵ ଚଞ୍ଚଳ ମୋ ମନ-ପ୍ରାଣ,

ପିତା ମାତା,ଜେଜେ ଜେଜେମାଙ୍କଠାରୁ ପାଏ ମୁଁ ବାତ୍ସଲ୍ୟ ପ୍ରେମ, ।

ସ୍ୱର୍ଗ-ସୁଧା ସମ ଅମୂଲ୍ୟ ପ୍ରାଣେ ମୁଁ ଭୋଗକଲି ପୃଥୀ-ପ୍ରେମ ,

ଦେବ-ଦୁର୍ଲ୍ଲଭ ସେ କାମନା,ବାସନା ,ଛଳ ପ୍ରତାରଣା ହୀନ ।

ବସନ୍ତ କୈଶୋର ମୋ ଚାଲିଗଲା ବସନ୍ତଟା ଆସିଗଲା ଦେହେ ମୋର ଆସେ ଶିହରଣ,

ଅଦ୍ଭୁତ ସେ ଅନୁଭବ କିଏ ବ ମାପିପାରିବ କେଉଁପରି ପ୍ରେମେ ତନୁମନ।

ବ୍ୟାକୁଳ ହୃଦୟ ଖୋଜେ ସାଥିଟିଏ ରଥିଟିଏ ଯିଏ ହେବ ଶରୀରର ଅର୍ଦ୍ଧ,

ଏକ ତରୀ ଦୁଇ ନାଉରୀ ସଂଗମେ ଜୀବନଟା ହୋଇଲା ସାର୍ଥକ ।

ବୈଶାଖ କାହୁଁ ସେ ରୁଦ୍ର ବୈଶାଖ ମାଡି ଆସିଲା ମୋ ପାଖ ବସନ୍ତକୁ ନେଇଗଲା ତାଡି,

ଶରୀର ମୋ ଜରାଜୀର୍ଣ୍ଣ ହୋଇଗଲା ଅକାରଣ ଆଳସ୍ୟ କରିଲା ପାଶେ ରଡି ।

ପ୍ରେମେ ମୁଁ କରିଲି ଆଶ ପରିବାରୁ ପରିବେଶ ପ୍ରେମେ ଡାକେ ମାଧବ-ମୁରାରୀ,

ସଭିଏଁ କରନ୍ତୁ ଆହା ସହାହୋନ୍ତୁ ଜଗନ୍ନାହା ସଂସାରରୁ ଯାଏ ମୁହିଁ ତରି ...


Rate this content
Log in

Similar oriya poem from Romance