STORYMIRROR

kamal kumar dash

Abstract

2  

kamal kumar dash

Abstract

ଭଲ ପାଅ ଯଦି

ଭଲ ପାଅ ଯଦି

1 min
115

ଭଲ ପାଅ ଯଦି କହିଦିଅ ଏବେ 

  ଜୀବନରେ ଥିଲା ବେଳେ 

ଜାଣେନା କାହାର ସମୟ ସରିବ 

  କେଉଁଠି ବା କେତେ ବେଳେ

ଫୁଲଟେ ଦେବାକୁ ଭIବନି ଅଧିକ 

   ଆସି ଚାଲି ଯାଅ ଦେଇ 

ପଛରେ ସମୟ ହେବ କି ନହେବ 

  କିଏସେ ପାରିବ କହି

ମଲା ପରେ ଫୁଲ ସମସ୍ତେ ଦିଅନ୍ତି 

  ସାଥି ଶବIଧାର ପରେ 

ଜାଣେନି ସେ ସାଥି ହାତେ ବି ନିଏନି 

  ହାତ ମିଳାଏନି ଥରେ

ମମତାଜ ପାଇଁ ତାଜ ଗଢ଼ାହେଲା 

  ଥରେ ସେତ ଦେଖି ନାହିଁ 

କବର ଭିତରେ  ତାଜ ର କୋଳରେ 

  ନୀରବେ ଯାଇଛି ଶୋଇ

ଭଲ ପାଅ ଯଦି    ହସି କହିଦିଅ 

   କରନା କରନା ଡେରି 

ସମୟର ସ୍ରୋତ   ଥରେ ବୋହିଗଲେ 

   ଆଉତ ଆସେନା ଫେରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract