ଭଲ ପାଅ ଯଦି
ଭଲ ପାଅ ଯଦି
ଭଲ ପାଅ ଯଦି କହିଦିଅ ଏବେ
ଜୀବନରେ ଥିଲା ବେଳେ
ଜାଣେନା କାହାର ସମୟ ସରିବ
କେଉଁଠି ବା କେତେ ବେଳେ
ଫୁଲଟେ ଦେବାକୁ ଭIବନି ଅଧିକ
ଆସି ଚାଲି ଯାଅ ଦେଇ
ପଛରେ ସମୟ ହେବ କି ନହେବ
କିଏସେ ପାରିବ କହି
ମଲା ପରେ ଫୁଲ ସମସ୍ତେ ଦିଅନ୍ତି
ସାଥି ଶବIଧାର ପରେ
ଜାଣେନି ସେ ସାଥି ହାତେ ବି ନିଏନି
ହାତ ମିଳାଏନି ଥରେ
ମମତାଜ ପାଇଁ ତାଜ ଗଢ଼ାହେଲା
ଥରେ ସେତ ଦେଖି ନାହିଁ
କବର ଭିତରେ ତାଜ ର କୋଳରେ
ନୀରବେ ଯାଇଛି ଶୋଇ
ଭଲ ପାଅ ଯଦି ହସି କହିଦିଅ
କରନା କରନା ଡେରି
ସମୟର ସ୍ରୋତ ଥରେ ବୋହିଗଲେ
ଆଉତ ଆସେନା ଫେରି
