Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Inspirational

4.0  

Shashanka sekhar Ray

Inspirational

ଭଲ ବହିଟିଏ

ଭଲ ବହିଟିଏ

1 min
11.7K


ଅଙ୍କା ବଙ୍କା କଳା ଅକ୍ଷରେ ଗଢା

ଶବ୍ଦର ସୁନ୍ଦର କୋଣାର୍କ ଟିଏ ତୁମେ

ଯିଏ ମନ ନିଏ କରି ଚୋରି

ସୁଖଦୁଃଖ ହସ କାନ୍ଦ ଦିଏ ପାଶୋରି

ସଂସାର ସବୁ ଜଞ୍ଜାଳକୁ ଭୁଲାଇ

ଦିବ୍ୟ ଅନୁଭବର ଆକାଶେ ନିଏ ଉଡେଇ ।


ତା ପରି ସାଥୀଟିଏ କେହିନାହିଁ

ବିରଳ ଏ ଜଗତେ

ହାତ ଧରି ଟାଣିନିଏ ବହୁଦୂରକୁ

ଅନ୍ଧାରରୁ ଆଲୋକ ଆଡକୁ

 ଦିଏ ମିଠା ମିଠା ନୂଆ ନୂଆ ଅନୁଭବ 

କାନଧରି ଟାଣିଆଣେ ଅମଡା ବାଟରୁ

ପାପ ପୂଣ୍ୟ ମିଛ ସତ ଚିହ୍ନାଇ 

ଭରିଦିଏ ନୂଆ ନୂଆ ଉନ୍ମାଦନା

ଜଟିଳ ଜୀବନର ବେସୁରା ସଂଗୀତ ଶୁଣାଇ ।


Rate this content
Log in

Similar oriya poem from Inspirational