ଭକ୍ତିପୁଷ୍ପ-୨୨
ଭକ୍ତିପୁଷ୍ପ-୨୨
ଠାଣିରେ ତା' ମଧୁ
ଚାହାଣିରେ ମଧୁ
ମଧୁର ତା' ବଂଶୀ ସ୍ବନ ,
ଆସ ଆସ ସହୀ
ରାତି ଗଲା ପାହି
ଯିବାଗୋ କଦମ୍ବ ବନ ।
ଯଶୋଦା ନନ୍ଦନ
ଯଶରେ ନିପୁଣ
ରାସରେ ରସର ସିନ୍ଧୁ ,
ତା' ପ୍ରୀତି ମଦିରା
ଅସରା ପସରା
ମୃତ ପିଣ୍ଡେ ପ୍ରାଣ ବିନ୍ଦୁ ।
ବାଟରେ ଘାଟରେ
ନଖରାମି କରେ
ନଖରେ ପଣତ ଚିରେ ,
ନାଲି କରି ଆଖି
ଚାହିଁ ଦେଲେ ସଖି
ହସର ଅମୃତ ଝରେ ।
ଚାଲି ତା' ମଧୁର
ବୋଲି ତା' ମଧୁର
ମଧୁର ତା ଅଭିମାନ ,
ସହୀ କି ନଜାଣୁ
ଫିଙ୍ଗି ଦେବେ ବେଣୁ
ପାନରୁ ଖସିଲେ ଚୂନ ।
ନକର ଗୋ ଡେରି
ଆସ ହେ ବାହାରି
ମନ ରହୁ ନାହିଁ ମନେ ,
ମଦନ ମୋହନ
କରୁ ଥିବେ ମାନ
ଏକାକୀ କଦମ୍ବ ବନେ ।
