Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Children

4  

ABADHOOT PANDA

Children

ଭକ୍ତିଅର୍ଘ୍ୟ

ଭକ୍ତିଅର୍ଘ୍ୟ

1 min
398



ହେ ଅନାଦି ସକଳ ଘଟସ୍ଥ ନାରାୟଣ ପରମ କାରଣ l

 କାହିଁକି କରୁନା ଆମ ଧରାବାସୀଙ୍କ ମନସ୍କାମ ପୂରଣ l


 ଅକାଳ ମରଣ ଦୈବୀ ଅଭାବ ଅନାଟନ ଦୁର୍ବିପାକ l

 କରୁଛି ଆଜି ସଭି ବିଶ୍ଵବାସୀଙ୍କୁ ପୂର୍ଣ୍ଣ ସର୍ବଦା ହତ ବାକ l


ଏକବିଂଶ ଶତାବ୍ଦୀର ଚୀନା ମହାମାରୀ ହେଲା ଆମକୁ କାଳ l

ଛଡ଼ାଇ ନେଲା ଆମଠୁଁ ଭାବ ପ୍ରିତି ଆଦାନ ପ୍ରଦାନ ଚିରକାଳ l


ରୋଗ ପ୍ରତିକାର ଔଷଧ ଅଭାବେ ବ୍ୟାକୁଳେ ଅଛନ୍ତି ନର l

ମୁହଁ ହାତ ଧୋଇ ଦୂରତା ରଖି ମୁଖେ ତୁଣ୍ଡି ବାନ୍ଧି ବାରମ୍ବାର l


ଟୀକାକୁ ଅପେକ୍ଷା କରି କରି ଲୋକେ ଆଖିରୁ ଶୁଖାନ୍ତି ପାଣି l

ଆମ ସାଧ୍ୟାତିତ ଏହି ମହାମାରୀ ହଜାଇ ଦେଲାଣି ଆମ ଠାଣି l


ମୁଲିଆ ବାପୁଡ଼ା ବଡ଼ ହନ୍ତସନ୍ତ ଭୋଗନ୍ତି କଷ୍ଟ ହୋଇ ଦହଗଞ୍ଜ l

ମିଳେ ନାହିଁ ମୁଲ ମିଳେନାହିଁ କାମ ଢୋକେ ଖାଇ ବଞ୍ଚି ଅଖଞ୍ଜ l


ଛାତ୍ର ଛାତ୍ରୀବୃନ୍ଦ ବିଦ୍ୟାଭ୍ୟାସ ବିନା ଘରେ ବସି ଆଜି ହଇରାଣ l

ଆକାଶଜାଲ ମଧ୍ୟମେ ଅଧୟନରତ ଆମ ଭାବୀ ଦାୟାଦ ଗଣ l


ଗୁରୁଗୁରୁମାମଣ୍ଡଳୀ ହେଲେ ଶିକ୍ଷାଦାନୁ ବଞ୍ଚିତ ସହି ବହୁ କଷଣ l

ଦୂରଭାଷ ମାଧ୍ୟମେ କରି ଶିକ୍ଷା ଦାନ କରୁଛନ୍ତି ମହାପୁନ୍ୟାର୍ଜନ l


ଦୂରଯାତ୍ରୀ ଚାକିରିଆଗଣ ଭୋଗିଲେ ହୀନସ୍ଥା ନପାଇ ଯାନ l

ଏବେ ଟିକେ ସେମାନଙ୍କ ପଡ଼ିଲା ଭଲ ଚାଲିବାରୁ ଯାନବାହାନ l


ଖାଦ୍ୟପେୟ ସବୁ ବ୍ୟତିକ୍ରମ ସ୍ୱାସ୍ଥ୍ୟ ହାନୀକଲା କରୋନା l

ରକ୍ଷା କରୁଛି ସର୍ବ ସାଧାରଣଙ୍କୁ ଆମ ପତିତ ପାବନ ବାନା l


ହେ ନୀଳାଚଳ ବାସୀ କରୁଣାକର ଢାଳ ଟିକେ ପ୍ରଭୁ କୃପାବାରି l

ରକ୍ଷାକର ବାରେ ରୋଗ ବିନାଶି ଦେଇ ସ୍ୱାସ୍ଥ୍ୟଶାନ୍ତି ହେ ମୁରାରୀ


ବିନମ୍ର ପ୍ରାର୍ଥନା କର ବାରେ ଘେନା ଆହେ ପ୍ରଭୁ ଚକା ଡୋଳା l

ସୁଦର୍ଶନଚକ୍ରବଳେ ଅବିରତ କାଟ ଅରାତି ଶିର ନକରି ହେଳା l

        


Rate this content
Log in

Similar oriya poem from Children