STORYMIRROR

Tapan Kumar Biswal

Tragedy Fantasy Inspirational

3  

Tapan Kumar Biswal

Tragedy Fantasy Inspirational

ଭିନ୍ନ ନବ ପଲ୍ଲୀ ବଧୁ

ଭିନ୍ନ ନବ ପଲ୍ଲୀ ବଧୁ

1 min
11.6K


*ଭିନ୍ନ ନବ ପଲ୍ଲୀ ବଧୁ*

*****************


ଘେରି ରହିଅଛି          ସୁଉଚ୍ଚ ପର୍ବତ


        ମାଳ ମାଳ ବୃକ୍ଷ ଲତା


ଶୀତଳ ପବନ          ବହିଯାଉଅଛି


        ଭାଙ୍ଗି ସବୁ ନୀରବତା ll


ନୂଆ ଦିଶୁଅଛି          ନୂତନ ଭାବନା


        ମନରେ ନୂତନ ଆଶା


ମୋହି ନେଉଅଛି        ତନୁ ମନ ପ୍ରାଣ


       କିଛି ଭୟ ଶଙ୍କା ମିଶା ll


ପ୍ରତୟ ହେଉଛି         ନବ ପଲ୍ଲୀ ବଧୁ


         ଓହ୍ଲାଇ ଆସିଛି ଆଜି


ସଭିଙ୍କର ମନ          ଆନଦ ଉଲ୍ଲାସ


        ଖୁସିରେ ଯାଆନ୍ତି ମଜ୍ଜି ll


ସନ୍ଧ୍ୟା ସମ ପ୍ରାୟ        ଓଢଣୀକୁ ଢାଙ୍କି


         ବସିଥାଏ ନୀରବରେ


ଥାଏ ସ୍ନେହ ଶ୍ରଦ୍ଧା       ନାହିଁ ମନେ ଦ୍ୱିଧା


        ସଭିଙ୍କୁ ଆଦର କରେ ll


ଖରାଦିନେ ସିଏ        ଟାଣ ଖରା ଠାରୁ


         ତୁମକୁ ଦୁରେଇ ଦିଏ


କେତେ ବୃକ୍ଷ ଛାୟା       ଶୀତଳ ପବନ


        ତୁମ ଦେହେ ଢାଳି ଦିଏ ll


ବର୍ଷା ଆଗମନେ         ସ୍ୱପ୍ନ ବୁଣିଦିଏ


         କୃଷକ ମନରେ ହସ


ଯୋଗାଇ ଚାଲିଛି           କତେ ଜାତି ଶସ୍ୟ


          ସବୁଦିନ ସବୁବର୍ଷ ll


ଶୀତ ଆହ୍ୱାନ କୁ        ଖାତିରି ନକରି


        ତୁମ ସାଥେ ମିଶି ଥାଏ


ଅମଳ କରି କି         ସାଇତି ରଖିଛି


        ଆମ ଚିନ୍ତା ତାକୁ ଥାଏ ll


ବସନ୍ତ ଆସିଲେ       ଶୁଭେ ମିଠା କୁହୁ


        ମନେ ଯାଏ ଖୁସି ଭାରି


ପୁରୁଣା ଦିନର         ମିଠା ମିଠା ସ୍ମୃତି


       ହୁଏନା କେବେ ପାସୋରି ll


ପଲ୍ଲୀ ନବ ବଧୁ        ସମ ପ୍ରାୟ ସିଏ


         ସଭିଏଁ ତାର ନିଜର


ନାହିଁ ଭେଦ ଭାବ       ନାହିଁ ଯେ କପଟ


         ସଭିଏଁ ତା ଆପଣାର ll


ସରଗ ଠୁ ବଡ଼         ବୈକୁଣ୍ଠ ସମାନ


        ମିଠା ଲାଗେ ଯେହ୍ନେ ମଧୁ


ଜନ୍ମଭୂମି ମୋର       ଭିନ୍ନ ତାର ନାମ


         ଭିନ୍ନ ନବ ପଲ୍ଲୀ ବଧୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy