STORYMIRROR

jyoshana Kumari Pradhan

Romance

4  

jyoshana Kumari Pradhan

Romance

ଭିନ୍ନ ଏକ ସମୋହନ

ଭିନ୍ନ ଏକ ସମୋହନ

1 min
319

ତୁମେ ଯେଉଁଠି ଅରୂପରୁ ରୂପ ନେଲ

ସେଇଠି ସ୍ଥାଣୁ ସାଜିଛି ତୁମକୁ ଚାହିଁ,

ସେ କି ପରିଚିତ ସ୍ଥାନ ଥିଲା

ଆମ ମିଳନ ଆଉ ବିଦାୟ ବେଳାର ।


ଜଳ ସ୍ଥଳ ଯେଉଁଠି ଏକ ଏକାକାର

ଶଦ୍ଦ ନିଶବ୍ଦ ଯେଉଁଠି ଅସ୍ପଷ୍ଟ

ଭାବ ଅଭାବ ଯେଉଁଠି ମୁଖରିତ

ସେଠି ତୁମେ ଆଉ ମୁଁ ବା କିଏ ।


ଆକାଶର ନୀଳରଙ୍ଗ ଯେଉଁ ନଦୀରେ

ଆପଣାର ଭାବେ ଅଜାଡି ହୋଇଯାଏ

ତାର ଉଛୁଳା ତରଙ୍ଗ ପ୍ରଗଳ୍ଭ ପରିସତୀ ଦୁ8ଖ ପାଏ ଅଧିକ ।


ଦୁନିଆରେ ଏତେ ତୁଣ୍ଡ 

କହା ମୁହଁରେ ବନ୍ଧିବି ମୁଣି

ଉଦାହରଣ ପାଲଟି ପୋତି ହୋଇଯାଏ

ସମଗ୍ର ଶରୀର । 


ଆଲୋଚନା ସମାଳୋଚନା

ମୋ ଦୁ8ଖକୁ ନେଇ,କାନ୍ଦକୁ ନେଇ 

ଦୁଖ ବହିଯାଏ ବହୁ ସଖା ପ୍ରଶାଖା ନଈ ପରି

କେବେ ଗଣ୍ଦ ଦେଶ ଦେଇ କେବେ କାନମୂଳ ଦେଇ

କେବେ ସିନ୍ଥିକି ଧୋଇଦେଇ

ଓଠକୁ ଲୁଣିଆ କରିଦିଏ ସମୁଦ୍ରରେ ମିଶିଲା ପରି ।


ମୁଁ ଏକ ଅନେକ ଅଳଙ୍କାରର ଛନ୍ଦ ମନ୍ଦରେ

କେବେ ଗଳ୍ପରେ କେବେ କବିତାରେ

କେବେ ଗୀତି ଛାନ୍ଦରେ ଅବା ଭଜନ ଜଣାଣରେ

ଭାଷା ଭିନ୍ନ ଭିନ୍ନ ସାରାଂଶ ଏକା 

ଏକ ରୂପ ବହୁ ବର୍ଣ୍ଣ ଜେ ଯାହା ରଚନାରେ ।


ମୋ ଭାଗ୍ଯରେ ଶୁଣିବାର ନାହିଁ ବଂଶୀ ସ୍ଵର

ଛୁଇଁ ବାର ନାହିଁ ତା ଅବୟବ

ନା ମଞ୍ଚ ଅଛି ନାଚିବି ନା କହାସହ ହସିବି

ସେଥିପାଇଁ ତ ମୁଁ ଏକ ଏକା ନିରୀହ 

ଦୁ8ଖରେ କେହି ନାହିଁ 

ନିସ୍ତେଜ ସ୍ଵାମୀ ମୋ ଏକା ସାଥି

ଆଉ ନିକ୍ଷସ୍ଵ ସମ୍ପତି । 


ସତୀତ୍ବକୁ ନେଇ ଜମକୁ ଜିତିଵାର ଦେଖିଛି

ଦୃଧ ଇଛ ଶକ୍ତି ନେଇ ନିଆଁ ରେ ନ ନ ପୋଡ଼ିବାର 

ପରୀଖ୍ୟରେ ଉତ୍ତୀର୍ଣ ହେଇଛି 

ଅଭିଶାପ ବଳରେ ତୁନେ ଇଛି ଅନେକ ଶବ୍ଦ 

ଅନଶନ୍ଦ ଖୁସିର ବୀଜ ପତ୍ର କାଉଳୁ କାଉଳୁ

ଫସିଜାଏ ଅନେକ ଚକ୍ର ବ୍ୟୁହରେ

ଅଣ୍ଟା ସଳଖୁ ସାଲସଖୁ 

ସରିଜାଏ ସର ଜୀବନ ସମୟ

କରଣା ମୁ ସତୀ 

ଦୁଖ ପାଏ ଅଧିକ

ବାଲୁକା ଶଯ୍ୟାରେ ପରିଚୟ ଖୋଜେ ।


ଏ କ'ଣ ଭିନ୍ନ ଏକ ସମୋହନ

 ସୁକ୍ଷ୍ମ ତରୁତୃଣରେ ପ୍ରେମମୟ ଆଶ୍ବାଦନ

ଅହରହ ଜଞ୍ଜାଳ ଚଲା ପଥରେ

ଅଟକି ଯାଏ ପାଦ କହାରି ସକାଶେ,


ନୀଳ ବଇଁଶୀର ମୁଗ୍ଧ ଆକର୍ଷଣେ 

ଯମୁନା କୂଳରେ ବି କରେ ତୃଷିତ,

ସୁବାଷ ସୁବେଶ କନ୍ଦମ୍ବ ମୂଳରେ

ତା' ବିନା ଶରୀର ଲାଗେ ଅବସ ।


ସେ ସ୍ମୃତି ରଚଇ ସବୁଜ ଘାସରେ

ସ୍ନିଗ୍ଧ ସୁନ୍ଦର କାକର ଟୋପା,

ଦରହାସ ତାର ସନ୍ଦିହିତ କରେ

ଉଜାଣି ବହୁଛି ପ୍ରେମ ଅଭିସ୍ପା ।


ଯେତେ ଛଦ୍ମବେଶ ପରାହତ ହୁଏ

ସମୋହନ ତାର ଆଙ୍କେ ସ୍ବାକ୍ଷର,

ହୃଦୟ ମନ୍ଦିରେ ସେ ମୋହନ ନାମେ

ସବୁ ବନ୍ଦନାରେ ଝରେ ଓଁ କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance