STORYMIRROR

jyoshana Kumari Pradhan

Romance

4  

jyoshana Kumari Pradhan

Romance

ପରମ ପୟରେ

ପରମ ପୟରେ

1 min
403

ପରମ ପୟରେ

ଶରୀରର ଉଷ୍ମତା ବଢେ,

ଆଖି ଆପେଆପେ ବନ୍ଦ ହୁଏ, 

ଓଠ ଚୁପଚାପ ଅନେକ ବଖାଣେ,

ଆଘ୍ରାଣ ମଜିଯାଏ କାହା ସୁଗନ୍ଧରେ

କିଏ କଣ କହୁ

ମୁଁ କହେ ପଡ଼ିଛି ପ୍ରେମରେ।


ଅନ୍ଧାର ଭଲ ଲାଗେ,

ଆପଣାର ଲାଗେ ଏକୁଟିଆ,

ଜାକି ଜୁକି ଶୋଇ ଖାଲିଦେଖେ

ମିଳନର ଭାବନା ଖୋଲା ସ୍ବପ୍ନରେ।

କିଏ କଣ କହୁ

ମୁଁ ଅଧିର ପ୍ରେମରେ।


ଭାବନାରେ ବର୍ଷା ହୁଏ,

ଗଛପତ୍ର ଗାଢ଼ ସବୁଜିମା ଦେଖାଯାଏ,

ଆଖି ଆଗେ ଫୁଲ ପ୍ରଜାପତି ମିଳନ ହୁଏ,

ମୁଁ ସ୍ଥିର, ଆଉ ସବୁ ଗତି କରେ


କିଏ କଣ କହୁ ,

ମତେ ପ୍ରେମ ନିଶା ଘାରେ।


ପ୍ରଭାତ ହୁଏ ଅଧିକ ପ୍ରଭାବିତ, 

ସଂଧ୍ୟାରେ ମନ ନିଶାଶକ୍ତ

ରାତିର ମଧୁ ମାଦକତାରେ,

ହୃଦୟ ଗାଏ ସାତ ସୁରେ।

କିଏ କଣ କହୁ....

ମୁଁ ବୁଡ଼ି ଛି ପ୍ରେମରେ।


ନୀତି ଆସନ୍ତି ମୋ ଭାବନାରେ

ଦର୍ପଣରେ ତାଙ୍କ ଛବି ଉଙ୍କିମାରେ,

ମିଳନ ହୋଇଛି ଦୂର ସହ ନିକଟର

ଭୟ ନାହିଁ ଆଉ ମରିବାରେ।

କିଏ କଣ କହୁ

ମୁଁ ହଜିଛି ପ୍ରେମରେ।


ଦେହର ରଙ୍ଗ ଲଗେ ଚହକ ଚିକ୍କଣ

କାଚ ଦିଶୁଛି ଏବେ କାଞ୍ଚ କାଞ୍ଚନ,

ମଳୟ ବହିଲାଣି ମନ ପବନରେ, 

ଜୀବନ ବିତୁଛି ସେହି ପରମ ପୟରେ।

କିଏ କଣ କହୁ

ମୁଁ କହେ ପଡ଼ିଛି ପ୍ରେମରେ।



Rate this content
Log in

Similar oriya poem from Romance