STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଭୀଷ୍ମ ପିତାମହ

ଭୀଷ୍ମ ପିତାମହ

2 mins
287


କାମଧେନୁ ଚୋରୀ ଧାରେ ବଶିଷ୍ଠଙ୍କ 

ଶାପ ଅଷ୍ଟ ବସୁ ପ୍ରତି 

ସାତଟି ଅଳ୍ପାୟୁ ଅଚିରେ ମରଣ 

ଏକ ରହିବ ସମ୍ପ୍ରତି 

କାଳ କ୍ରମେ ଶାପ ରୂପାୟିତ ତଥ୍ୟ

ଭୀଷ୍ମଙ୍କ ସହ ଜଡ଼ିତ

ସାତ ବସୁ ଜନ୍ମି ମରିଲେ ମର୍ତ୍ତ୍ୟରେ

ଅନ୍ୟ ବସୁ ଭୀଷ୍ମ ମାତ୍ର


ଭୀଷ୍ମ ଜନ୍ମ ଆଢ଼ୁଆଳେ ରହିଅଛି

ପୌରଣିକ ମତ ବାଦ 

ପୂର୍ବ ଜନମରେ ଇକ୍ଷାକୁ ବଂଶରେ

ଶାନ୍ତନୁ ଥିଲେ ପ୍ରସିଦ୍ଧ

ମହାଭିଷ ନାମେ ଥିଲେ ପରିଚିତ

ପୁଣ୍ୟ ବଳେ ସ୍ଵର୍ଗ ପ୍ରାପ୍ତି

ଦେବ ସଭା ମଧ୍ୟେ ଗଙ୍ଗାଙ୍କ ଗହଣେ

ଥିଲା ତାଙ୍କ ଉପସ୍ଥିତି

ଏକଦା ଗଙ୍ଗାଙ୍କ ବସ୍ତ୍ର ଉଡିଗଲା

ହଠାତ୍ ପବନ ବହି 

ସବୁ ଦେବ ଗଣ ମଥା ନତ କଲେ

ମହାଭିଷ ଥିଲେ ଚାହିଁ

ଏତାଦୃଶ ଆଚରଣରେ ବ୍ୟଥିତ

ବ୍ରହ୍ମାଙ୍କ ଶାପ ବଳରେ

ଦେବୀ ଗଙ୍ଗା ଆଉ ସେହି ମହାଭିଷ 

ଜନ୍ମିଲେ ପୁଣି ମର୍ତ୍ତ୍ୟରେ

ଦେବ ସଭା ପରେ ଫେରୁଥିଲେ ଗଙ୍ଗା

ଅଷ୍ଟ ବସୁ କଲେ ସ୍ତୁତି

ମାନବ ରୂପରେ ପୁତ୍ର ଭାବେ ଜନ୍ମ

ହେବାକୁ କଲେ ପ୍ରଣତି

କାଳ କ୍ରମେ ମହାଭିଷ ଜନ୍ମ ହେଲେ

ଶାନ୍ତନୁ ନାମେ ମର୍ତ୍ତ୍ୟରେ

ଗଙ୍ଗାଙ୍କ ସହିତ ବିବାହ ହୋଇଲା

ସର୍ତ୍ତ ଯୁକ୍ତ ଆଧାରରେ

ଗଙ୍ଗା କହିଲେ ହିଁ ପାଖେ ରହିଥିବ

ଗାଙ୍ଗୀ କହିଲେ ବିଦାୟ

ସେହି ସର୍ତ୍ତ ଆଧାରରେ ଥିଲେ ଗଙ୍ଗା

ଶାନ୍ତନୁଙ୍କ ନିରୁପାୟ

କ୍ରମେ ଜନ୍ମ ହେଲେ ସାତୋଟି ସନ୍ତାନ 

କିନ୍ତୁ ଗଙ୍ଗା ଦେଲେ ମାରି 

ସର୍ବେ ଥିଲେ ସେହି ପୂର୍ବ ଜନ୍ମେ ବସୁ

ଶାପ ଥିଲା ସର୍ବୋପରି

ଅଷ୍ଟମ ସନ୍ତାନ ଜନ୍ମ ଅଷ୍ଟ ବସୁ ପାଇଁ 

ଶାନ୍ତନୁଙ୍କ ହସ୍ତକ୍ଷେପ

ମାନବ ଶରୀର ଛାଡ଼ି ଗଲେ ଗଙ୍ଗା

ଦୂର ହେଲା ପୂର୍ବ ଶାପ


ଅଷ୍ଟମ ବସୁ ହିଁ ଗଙ୍ଗାଙ୍କ କୋଳରେ

ରହି ଦୀର୍ଘ ବାର ବର୍ଷ

ଶାନ୍ତନୁ ସହିତ ରହିଲେ ଏକତ୍ର

କ୍ରମେ କାହାଣୀ ଅଶେଷ 

ଦେବବ୍ରତ ନାମେ ହେଲେ ପରିଚିତ

ଯୁବରାଜ ରୂପେ ପୁଣି

ନିଜେ ହିଁ ଶାନ୍ତନୁ କରିଲେ ଘୋଷଣା 

ହୃଦେ ସ୍ନେହ ଭାବ ଘେନି

ମତ୍ସ୍ୟଗନ୍ଧା ଅନ୍ୟ ନାମେ ସତ୍ୟବତୀ 

ରୂପ ଲାବଣ୍ୟ ଦର୍ଶନେ

ଶାନ୍ତନୁଙ୍କ କାମ ଭାବନା କ୍ରମଶଃ 

ରୂପ ନେଲା ପୁଣି ଭିନ୍ନେ 

ପିତାଙ୍କ ଉଦାସ ଭାବନା କ୍ରମଶଃ

ଦେବବ୍ରତ ହେଲେ ଜ୍ଞାତ

ସର୍ତ୍ତ ବିନା ସତ୍ୟବତୀ ଅସମ୍ଭବ 

ପୁଣି ହେଲେ ଅବଗତ

ରାଜ ସିଂହାସନ ତୁଚ୍ଛ ମଣି ଆପେ

ବ୍ରହ୍ମଚାରୀ ର ଶପଥ

ପିତା ସମ୍ମୁଖରେ ପ୍ରତିଜ୍ଞା ସହିତ

ବ୍ୟକ୍ତ କଲେ ଦେବବ୍ରତ

ପିତାଙ୍କ ସୁଖରେ ହିଁ ପୁତ୍ର ସୁଖୀ

ପ୍ରତିଜ୍ଞା ନେଲେ ଆବୋରି

ଦେବବ୍ରତଙ୍କ ପ୍ରତିଜ୍ଞା ଆଧାରରେ

ଭୀଷ୍ମ ନାମ ସର୍ବୋପରି


ଭୀଷ୍ମ ପ୍ରତିଜ୍ଞାର ପ୍ରବାଦ ପ୍ରାୟତଃ 

ସହଜରେ ଅନୁମେୟ

ଭୀଷ୍ମ ପ୍ରତିଜ୍ଞାର ଆଢ଼ୁଆଳେ ଭୀଷ୍ମ

ସର୍ବୋପରି ପିତାମହ

ମହାଭାରତର ପ୍ରମୁଖ ଚରିତ୍ର

ଇଚ୍ଛା ମୃତ୍ୟୁର ନାୟକ

ଶର ଶଯ୍ୟା ଧାରେ ଯନ୍ତ୍ରଣା ସହିତ

ଜୀବ ଲଭିଲା ସାର୍ଥକ

କୌରବ ପକ୍ଷର ଯୋଦ୍ଧା ଭାବେ ଭୀଷ୍ମ

ଯଦିଓ ଥିଲେ ନିଯୁକ୍ତ

କୌରବ ପକ୍ଷରେ ନ ଥିଲା ସେ ଧର୍ମ

ଭୀଷ୍ମ ଥିଲେ ଅବଗତ

ପାପ ମୁକ୍ତି ପାଇଁ ପ୍ରାର୍ଥନା ପୂର୍ବକ

ପ୍ରତିଜ୍ଞା ପାଳନ ଧାରେ

ଚିର ଦିନ ବ୍ରହ୍ମଚର୍ଯ୍ୟ ପାଳନର

ନିଷ୍ଠା ଥିଲା ବି ମନରେ


ଏକଇ ଚରିତ୍ର ମହାଭାରତର

ମୁଖ୍ୟ ଆକର୍ଷଣ ଧାରେ

ଅନେକ ଦୃଶ୍ୟ ଓ ଘଟଣା ଜଡ଼ିତ

ସେହି ଭୀଷ୍ମ ଚରିତ୍ରରେ

ଭୀଷ୍ମଙ୍କ ସମଗ୍ର ଜୀବନ ପ୍ରାୟତଃ

ଅନ୍ୟ ଉପକାର ଅର୍ଥେ

କୁରୁ ପାଣ୍ଡବଙ୍କ ବିବାଦ ମଧ୍ୟରେ

ଚେଷ୍ଟିତ ବି ସାଧ୍ୟ ମତେ

ଶତ ଚେଷ୍ଟା ସତ୍ତ୍ଵେ ବିଫଳତା ଜାଣି

ସଦା ମାନସିକ ଦ୍ଵନ୍ଦ

ଉଭୟ କୁଳର ଶୁଭଚିନ୍ତକ ସେ

ହୃଦେ ଦୁଃଖ ଓ ବିଷାଦ 

ଶିଖଣ୍ଡି ସମ୍ମୂଖେ ଅସ୍ତ୍ର ତ୍ୟାଗ ପରେ

ଅର୍ଜୁନ ଦ୍ଵାରା ବିକ୍ଷତ 

ଶର ଶଯ୍ୟା କ୍ରମେ ଆପଣେଇ ଆପେ

ମୃତ୍ୟୁର ଅପେକ୍ଷା ରତ

ଚଉବନ ଦିନ ଶର ଶଯ୍ୟା ଧାରେ

ନଜର ସୂର୍ଯ୍ୟଙ୍କ ପ୍ରତି

ଉତ୍ତରାୟଣ ସ୍ଥିତି ମୋକ୍ଷ ପ୍ରାପ୍ତି ଅର୍ଥେ

ଅପେକ୍ଷା ଥିଲା ସମ୍ପ୍ରତି

ପରମ ଜ୍ଞାନୀ ସେ ଭୀଷ୍ମ ପିତାମହ

ଶ୍ରୀକୃଷ୍ଣଙ୍କ ପ୍ରତି ମାନ୍ୟ

ନର ରୂପେ କୃଷ୍ଣ ସ୍ବୟଂ ନାରାୟଣ 

ହୃଦରେ ଥିଲା ସମ୍ମାନ

ପାଞ୍ଚାଳୀ ସହିତ ପଞ୍ଚ ପାଣ୍ଡବଙ୍କ

ପ୍ରତି ପ୍ରଶ୍ନର ଉତ୍ତର

ଶର ଶଯ୍ୟା ଧାରେ ଜ୍ଞାନ ଉପଦେଶ

ଥିଲା ଭୀଷ୍ମଙ୍କ ବ୍ୟାପାର

ଅଷ୍ଟ ବସୁ ପୁଣି ବ୍ରହ୍ମ ପୁରୁଷରେ

ଆପେ ହେଲେ ସମାହିତ

ଯୁଗ ଯୁଗ ଧରି ଭୀଷ୍ମ ପ୍ରତିଜ୍ଞାର

ପ୍ରବାଦ ପ୍ରାୟ କଥିତ


କଳୁଷିତ ଏହି ସମାଜ ନିମନ୍ତେ 

ଏକ ଜୀବନ୍ତ ଆଦର୍ଶ

ପ୍ରତି ସମସ୍ୟାର ସମାଧାନ ଅର୍ଥେ

ଗୁରୁଜନ ପରାମର୍ଶ 

ଭୀଷ୍ମ ପିତାମହ ସମ ଗୁରୁଜନ 

ପ୍ରାୟ ପ୍ରତି ଘରେ ଘରେ

ଉପଦେଶ ବା ପରାମର୍ଶ ଲୋଡ଼ିବା 

ଲୁପ୍ତ ପ୍ରାୟ ସମାଜରେ

ଅଲୋଡ଼ା ଜୀବନ ସମ ବୃଦ୍ଧାବସ୍ଥା

ଭଲ ବରଂ ବୃଦ୍ଧାଶ୍ରମ

ପିତାମହ ନାମେ ହିନସ୍ଥା ଅବସ୍ଥା

ସବୁ କିଛି ବ୍ୟତିକ୍ରମ

ଧନ ଚିହ୍ନିବାରେ ଊଣା ନାହିଁ କା'ର 

ମନ ଚିହ୍ନିବା ଦୂରରେ

ଥାଇ ଭୀଷ୍ମ ସମ ପିତାମହ ଘରେ

ଅଚିହ୍ନା ବି ସହଜରେ !!!

ବିବାହିତ ପୁଅ ପତ୍ନୀକୁ ଚିହ୍ନୁଛି

ଚିହ୍ନୁଛି ଶାଳୀ ଶଶୁର

ନିଜ ପିତା ଅବା ପିତାମହ ସବୁ

ସତେ ଅବା ସାତ ପର !!


Rate this content
Log in

Similar oriya poem from Abstract