STORYMIRROR

Sudhir Kumar Panda

Inspirational

4  

Sudhir Kumar Panda

Inspirational

ବହି

ବହି

1 min
399

ପୃଷ୍ଠା ପୃଷ୍ଠା ଅକ୍ଷରର ସଂକଳନ ନେଇ

ଜ୍ଞାନର ଭଣ୍ଡାର ସାର ଅଟେ ସେଇ ବହି।

ଘଟଣା ଚରିତ୍ର ଭାବ ଅକ୍ଷରରେ ଢଳା

ପୁସ୍ତକରେ ସମାହିତ ସର୍ବ ଜ୍ଞାନ କଳା।


ଭିନ୍ନ ଭିନ୍ନ ଜ୍ଞାନ ପାଇଁ ବିଭିନ୍ନ ପୁସ୍ତକ

ପଠନେ ଜଳାଇଥାଏ ଜ୍ଞାନର ଦୀପକ।

ପୁସ୍ତକ ପଠନ ମାତ୍ରେ ବଢିଥାଏ ଜ୍ଞାନ

ଘରେ ବାହାରେ ସବୁଠି ହୁଏ ସନମାନ।


ଗଳ୍ପ, କବିତା, ନାଟକ ବହି ଯେ ଅନେକ

କଳା ସଂସ୍କୃତି ବିଜ୍ଞାନ ଲେଖା ସାଂପ୍ରତିକ

ଆଲୋଚନା ଏବଂ ସମାଲୋଚନା ସମ୍ଭାର

ସମାଜର ବଢାଏ ସେ ଗାରିମା ଅପାର।


ବହି ଭଲ ଗୁଣ ନେଇ ଜୀବନେ ପାଳନ

ଜୀବନ ଧନ୍ୟ ହୋଇବ ପାଇ ସତ୍ ଜ୍ଞାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational