STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଭଦ୍ରମୁଖା

ଭଦ୍ରମୁଖା

1 min
214

ଆମରି ସମାଜେ ଭଦ୍ରମୁଖା ପିନ୍ଧା

ଅନେକ ଅସଭ୍ୟ ଗୋଷ୍ଠି,

କଥାରେ ତାଙ୍କର ମନ ମୋହିନେବେ

ପଛେ ଛୁରା ଦେବେ ଭୁଷି।।


ଅମଲା ତନ୍ତ୍ରରେ ଫାଇଲି ଘୁଞ୍ଜେନା

ନ ଦେଲେ ତାହାଙ୍କୁ ପିସି,

ଭଦ୍ରମୁଖା ପିନ୍ଧା ଅସଭ୍ୟଙ୍କ ଏଠି

ଚାଲଇ ବହୁ ରାଜୁତି ।।


ଦେଶରେ ରହିଣ ଥୋକେ ଭଦ୍ରଲୋକ

ଦେଶ ବିରୋଧରେ ମାତି,

ଦେଶର ସମ୍ପତି ନଷ୍ଟ କରୁଥାନ୍ତି

ଦେଶଦ୍ରୋହୀ ସାଥେ ମିଶି।।


ଗରିବ ଲୋକଙ୍କୁ କେତେକ ଡାକ୍ତର

ଠକନ୍ତି ଟଙ୍କାର ଲୋଭେ,

ଠକୁଥିବା ସେହି ଡାକ୍ତରଙ୍କୁ ଆମେ

କହିବା କି ଭଦ୍ର କେବେ? ।।


ଉପରେ ମଧୁର କଥା କହି ଯିଏ

ଅନ୍ତରେ ରଖଇ ବିଷ,

ସର୍ପ ଠାରୁ ସିଏ ମହାଭୟଙ୍କର

ନ କର ତାକୁ ବିଶ୍ୱାସ।।


କିଛି ରାଜନେତା ନିର୍ବାଚନ ବେଳେ

ଦେଇଥାନ୍ତି ପ୍ରତିଶୃତି,

ନିର୍ବାଚିତ ହୋଇଗଲା ପରେ ସିଏ

ବଢାନ୍ତି ନିଜ ସମ୍ପତ୍ତି ।।


ଦେଖି ଚାହିଁ ତୁମେ ଚାଲ ସଂସାରରେ

ନିଜ ଜ୍ଞାନ ବୁଦ୍ଧି ବଳେ,

ଅସଭ୍ୟ ଲୁଟଇ ଭଦ୍ରମୁଖା ପିନ୍ଧି

ଜାଣିଯିବ ଧୀରେଧୀରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract