STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ଭାରତ

ଭାରତ

1 min
174

ଭାରତକୁ ତମେ ଖୋଜନି ପାଇବ ନାହିଁ

ସାକାର ରୂପେ ଜଗତରେ ଦେଖିବା ପାଇଁ


ଖଣ୍ଡିତ ଏ ଇଣ୍ଡିଆ ନୁହଁ ଵିଶ୍ଵଗୁରୁ ଭାରତ

ଜ୍ଞାନ ବିଜ୍ଞାନରେ ପୂର୍ଣ୍ଣ ଶେଷ୍ଠ ଯା’ର ମହତ


ଇଣ୍ଡିଆରେ ନାନା ଜାତୀୟତା ଧ୍ଵଜା ଧରି

ଜାତି,ଭାଷା,ଅଞ୍ଚଳ ନାମରେ ହୁଏ ମରାମରି


ଭାରତକୁ ତମେ ଖୋଜନି ପାଇବ ନାହିଁ

ସାକାର ରୂପେ ଜଗତରେ ଦେଖିବା ପାଇଁ


ସ୍ବାଧୀନତାର ରୁଧିର ଯହିଁ ସର୍ଵ ଜୀବ ମଧ୍ୟେଁ

ଆପାଦ ମସ୍ତକ ବହୁଅଛି ଏକତାର ବଳେ


ସନାତନୀ,ସ୍ଵାଭିମାନୀ,ଜ୍ଞାନୀ ଓ ହୃଦୟଵାନ

ଯହିଁ ତାଙ୍କ ସହ ବାସ କରୁଥିବେ ଭଗବାନ


ସେହି ଏକା ରାଷ୍ଟ୍ର ମଧ୍ୟେଁ ଶ୍ରେଷ୍ଠ ମହାନ

ମାଟିମାଆ ପାଦପଦ୍ମେଁ କରୁଁ ଶତ ନମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract