Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance abstract classics

4  

Satyanarayan Sahoo

Romance abstract classics

ଭାରତ ଓ ଭାରତୀୟ

ଭାରତ ଓ ଭାରତୀୟ

1 min
343


କେଉଁ ସୁପ୍ରାଚୀନ କାଳୁ ଆମ ଦେଶ

ବିଶ୍ବେ ଦେଖାଇ ଆଲୋକ

ମହା ‐ଭାରତୀୟ ଭାବ ଧାରା ଘେନି

ସାମାଜିକ ସାଂସ୍କୃତିକ ।


ସାଥେ ଇତିହାସ ଭୂଗୋଳ ବିଜ୍ଞାନ

ସାହିତ୍ୟ ସଂସ୍କୃତି କଳା

ଧର୍ମ ଦରଶନ କେଡେ ସୁମହାନ

ଭୁରି ଭୁରି କୀର୍ତ୍ତି ମାଳା ।


ଧରି ଜମ୍ବୁଦ୍ୱୀପ ନାମେ ଯେ ଅମାପ

ଯଶ ଖ୍ୟାତି ଅରଜନ

କରି ଥିଲା ବିଶ୍ୱେ ଅତୀତେ ଯେ ଦେଶେ 

ସଭ୍ୟତା ସଂସ୍କୃତି ଚିହ୍ନ ।


ଉଦ୍ୟମ ବିକାଶ ବିସ୍ତୃତି ପ୍ରକାଶ

ନିଖିଳ ଜଗତେ ରାଜେ

ବିଦ୍ୟା  ଜ୍ଞାନ  ଧନେ ଯଶ ଖ୍ୟାତି ମାନେ

ଅଗ୍ରଣୀ ଯାର ସନ୍ତାନେ ।


ନିଖିଳ ଅବନୀ ବନ୍ଦ୍ୟ ମାନି ଗୁଣୀ  

ସୁ‐ ସନ୍ତାନଙ୍କୁ ଅନେକ

ଜନମ ଦେଇ ଯେ ରଖିଛି ସହଜେ

ଆପଣା ଗୌରବ ଟେକ ।


ସୁ‐ ବିସ୍ତୀର୍ଣ୍ଣ ଏହି ସୁବିଶାଳ ଭୂମି

ଭାରତ ନାମେ ବିଖ୍ୟାତ

ଆକୁମାରୀ ହିମା ଚଳ ଯା ' ମହିମା

କରେ ନିତ୍ୟ ପ୍ରଖ୍ୟାପିତ ।


ପୂଣ୍ୟତୋୟା ଗଙ୍ଗା କାବେରୀ ନିମ୍ନଗା

ବ୍ରହ୍ମ ପୁତ୍ର ଗୋଦାବରୀ

ଶସ୍ୟେ ସୁଶ୍ୟାମଳା ଫଳ ଫୁଲେ ଭରା

କରିଛନ୍ତି ଏହି ପୁରୀ ।


ଶ୍ୟାମଳ ବନାନୀ କଳ ‐ନିନାଦିନୀ

ଝରଣା ଓ ନଦନଦୀ

ମାଳେ ସୁଶୋଭନ ହରେ ଜନ ମନ

ପ୍ରକୃତି ଯା' ନିରବଧି ।


ବହୁ ଜାତି ଧର୍ମ ଭାଷା ଭୂଷା କର୍ମ

ରୀତି  ନୀତି ଓ ସଂସ୍କୃତି

ଘେନି ଯା' ସନ୍ତାନେ ନିତି ନାନା ସ୍ଥାନେ

ଲଭନ୍ତି ଚିର ଆଦୃତି ।


ଆଦର ଓ ସ୍ନେହ ପ୍ରେମର ଅମୀୟ

ପ୍ରୀତି  ସୁ‐ସହାନୁଭୁତି

ଘେନି ସର୍ବେ ମିଳି ଏକ ଭାବେ ଚଳି

ଆମେ ଭାରତୀୟ ଜାତି ।


ତ୍ରୀରଙ୍ଗା ପତାକା ଉଡାଇ ସର୍ଦଥା

ଜାତୀୟ ବୀରତ୍ୱ କୃତି

ସାଥେ କେତେ ନିତି ସଦ୍ଭାବ ଜାଗୂତି

କରାଏ ଯାହାର ସ୍ମୃତି ।


ସୌଧ କୀର୍ତ୍ତୀ କୂତି ଯାହାର ବିସ୍ତୃତି

କରାଏ ଅତୀତ ଗାଥା

ଭାରତୀୟ ଭାବେ  ହୃଦୟେ ଗରବେ

ଚଳନ୍ତି ସର୍ବ ଜନତା ।


ପ୍ରାଚୀନ ସଂସ୍କୃତି  ଜାତୀୟ ସଂହତି

ଏକତା ଓ ଅଖଣ୍ତତା  

ଘେନି ଯେ ବିଚିତ୍ର ଦେଶରେ ସର୍ବତ୍ର

ଭନ୍ନତା ମଧ୍ୟେ ଏକତା ।


ବିରାଜେ ଋଚିରେ ବୈଷମ୍ୟ କିଛିରେ

ନ ବାରନ୍ତି କେହି କେବେ

ସରବେ ଏକାଠି ଚଳି ଥାନ୍ତି ଏଠି

" ଆମେ ଭାରତୀୟ " ଭାବେ ।



Rate this content
Log in

Similar oriya poem from Romance