Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Comedy

3  

ତାରାପ୍ରସାଦ ଜେନା

Comedy

ଭାଗ୍ୟରୁ ହଜିଲା ଖୁସି

ଭାଗ୍ୟରୁ ହଜିଲା ଖୁସି

1 min
478



ଲାଉ ମୋ ପିଠିରେ ଘରଣୀ ସବାର୍

ଚାହିଁବା କରିଛି ଆଡ଼

ବୟସ ହେଲାଣି ମତେ ତ ବୋଲୁଚି,

'ଟୋକିକି ଉଣ୍ଡିବା ଛାଡ଼ !'


ଦିଅଁକୁ ଡାକିକି କାନକୁ ଧରିକି 

ପକାଏ ସାକୁଲା ରାଣ

ତଥାପି ବାୟାଣୀ ନିଆଁକି ପାଉଁଶ

ଗଳାକୁ ଘାଗଡ଼ା ବାଣ !


ଯାତରା ପଦାରେ ଭଲକି ବୁଲିବା

ମଉଜ ଜମୁନି ଆଉ

ଭିଡ଼ରେ କାହାଠି ଦିହଟା ବାଜିବ

ଆକଟ ତାହାରି ଭାଉ !


ଖାଇବା ପିଇବା ଚୁଲିକି ଗଲାଣି

ବସୁନି ହୋଟେଲ ଛକ

କହିଲା, ନିଲଠା ପଣକୁ ଆଦର

ହସିବେ ଦେଖିଲା ଲୋକ !


ହାତକୁ ହଲେଇ ସ୍ବାଗତ କରିଲେ

ଛୁଞ୍ଚିଟା ଯାଉଚି ଗଳି

କୋଉ ମାଇପର ଭଉଣୀ ସିଏକି

ଜବର ଦେଉଚି ଗାଳି !


ଫୋନକୁ ଘାଣ୍ଟିଲେ ଓହଟି ଚାହୁଁଛି

ଦେଖୁଛି କାହାର ଛବି

ଭିଡ଼ିଓ ଚାଲିଲେ ଝପଟି ଆସୁଛି

ଯେମିତି ଦବଟି ଖୋବି !


ଅଡୁଆ ଭିତରେ ମୁସ୍କିଲ୍ ପଶିଛି

ହାତକୁ ଦି'ହାତ ଆସି

ଆପଣା ଭଲକୁ ସଳଖି ହେଉନି

ଭାଗ୍ୟରୁ ହଜିଲା ଖୁସି !




Rate this content
Log in

Similar oriya poem from Comedy