STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଭାବରେ ଖୋଜୁଛି ଭାବମଣିକୁ

ଭାବରେ ଖୋଜୁଛି ଭାବମଣିକୁ

1 min
285

 


ଭାବରେ ଖୋଜୁଛି ଭାବମଣିକୁ

         ଭାବରେ ଅଭାବ ଯାଉ ଦୂରକୁ

ପାଶେ ଥିବେ ପ୍ରଭୁ ସାହା ହେବାକୁ

       ଭାବରେ ଖୋଜୁଛି ଭାବମଣିକୁ।

ସେ ଆର୍ତ୍ତତ୍ରାଣ କୃପାସିନ୍ଧୁ

ସେ ମହାବାହୁ ଭକ୍ତବନ୍ଧୁ

ସେ ଦୟାମୟ ଦୀନବନ୍ଧୁ

             ରଖନ୍ତି ଭକ୍ତର ମନକୁ

ଭାବରେ ଖୋଜୁଛି ଭାବମଣିକୁ।

ସେ ଅନାଥ ଜନର ନାଥ 

ଚଳାନ୍ତି ଜୀବନର ରଥ

ସେ ନୟନର ଆଗେ ପଥ

            ପୂର୍ଣ୍ଣ କରନ୍ତି ମନୋରଥ

ଭାବରେ ଖୋଜୁଛି ଭାବମଣିକୁ।

ଶରଣେ ରଖନ୍ତି ଯାହାକୁ

ତା' ଡ଼ର ନଥାଏ କାହାକୁ

 ଯାଏନା ସେ ମିଛ ପାଖକୁ

            ପବିତ୍ର ରଖେ ହୃଦୟକୁ

ଭାବରେ ଖୋଜୁଛି ଭାବମଣିକୁ।

ଅଜ୍ଞାନ ଅନ୍ଧାରେ ଆଗକୁ

ବାଟ ଦିଶେ ନାହିଁ ଯିବାକୁ

ଦୟା ଥାଏ ଅରକ୍ଷିତକୁ

          ବିପଦରେ ସାହା ହେବାକୁ

ଭାବରେ ଖୋଜୁଛି ଭାବମଣିକୁ।

ପ୍ରଭୁ ଯେ ଭାବର ସାଗର 

ତାଙ୍କ ଗଢ଼ା ସାରା ସଂସାର

  ସେ ଦୟାଳୁ କରୁଣାକର

            ଦୁଃଖରୁ କରନ୍ତି ଉଦ୍ଧାର

ଭାବରେ ଖୋଜୁଛି ଭାବମଣିକୁ।

ତାଙ୍କ ପାଦେ ରଖି ମୋ ଧ୍ୟାନ

ଭଜୁଥିବି ସାରା ଜୀବନ

  ଭକ୍ତି ଚିତ୍ତେ କରି ନମନ

              କରୁଥିବି ନିତି ଦର୍ଶନ

ଭାବରେ ଖୋଜୁଛି ଭାବମଣିକୁ।

     



Rate this content
Log in

Similar oriya poem from Abstract