ଭାବର ଭଗବାନ
ଭାବର ଭଗବାନ
କିଏବା ନ ଜାଣେ କିଏବା ନଚିହ୍ନେ
ଅନାଦି ଅନନ୍ତ ତୁହି
ଜଣା ଶୁଣା ତୁହି ଜଗତ ଠା କୁ ର
ନାମ ଦୀନବନ୍ଧୁ ବୋହି
କିଏବା ନ ଜାଣେ କିଏବା ନଚିହ୍ନେ ।
ଦୀନଙ୍କର ଦୁଃଖ ଦୂର କରୁ ପ୍ରଭୁ
ଭକ୍ତେ ଦିଅ ପଦେ ସ୍ଥାନ
ଭାବର ତୁ ଅଟୁ ପ୍ରଭୁ ଭଗବାନ
ଭାବରେ ତୁହି ଉଚ୍ଛନ୍ନ
କିଏବା ନ ଜାଣେ କିଏବା ନଚିହ୍ନେ ।
ତୁମ ନାମ ମାଳା ମରଣର କାଳେ
ଗୁଞ୍ଜୁ ଥାଉ ମୁଖେ ମୋର
ହୃଦେ ଜପୁଥାଉ ନେତ୍ର ଦେଖୁଥାଉ
ଅନୁରୋଧ ଏତିକି ତୋର
କିଏବା ନ ଜାଣେ କିଏବା ନଚିହ୍ନେ ।
ବିଷୟା ବିଷରେ ଜଡ଼ିତ ରହିଛି
ଏ ମୂଢ ଚିତ୍ତ ଟି ମୋର
କ୍ଷମା କରି ଦେବୁ ଭୁଲ ଥିଲେ କିଛି
ଭରସା ରହିଛି ତୋର
କିଏବା ନ ଜାଣେ କିଏବା ନଚିହ୍ନେ ।
କରହେ କରୁଣା ହେ କମଳାକାନ୍ତ
ତୁମ ନାମ ଜପୁ ଥିବି
ଏ ପିଣ୍ଡରୁ ପ୍ରାଣ ଯିବା କାଳେମୋର
ରୂପତୋର ଦେଖୁଥିବି
କିଏବା ନ ଜାଣେ କିଏବା ନଚିହ୍ନେ ।
ଦେଖୁ ଥିବି ମୁହିଁ ନୂଆ ରୂପ ତୋର
ଆସି ଥିବୁ ବଦଳାଇ
ଡାକୁ ଥିବି ମୁହିଁ ତୋତେରେ କାଳିଆ
ସଙ୍ଗରେ ଭଉଣୀ ଭାଇ
କିଏବା ନ ଜାଣେ କିଏବା ନଚିହ୍ନେ ।
ମୋ ପାଇଁ କି ଚିନ୍ତା କରିବୁକି ନାହିଁ
ରଖିଛି ଚରଣେ ଧ୍ୟାନ
ଅବତାରି ଆସ ଯୁଗ ଯୁଗ ତୁମେ
କରୁ ତୁ ଧର୍ମ ସ୍ଥାପନ
କିଏବା ନ ଜାଣେ କିଏବା ନଚିହ୍ନେ ।
ତୁହି ଦାରୁବ୍ରହ୍ମ ଅଟୁ ପୂର୍ଣ୍ଣ ବ୍ରହ୍ମ
ତୁହି ହିଁ ସୃଷ୍ଟି କାରଣ
କର ଶିହରିତ ସୃଷ୍ଟିର ନିର୍ମାଣେ
କର ପୁଲକିତ ପ୍ରାଣ
କିଏବା ନ ଜାଣେ କିଏବା ନଚିହ୍ନେ ।