ଭାବନା ଓ କଲମ
ଭାବନା ଓ କଲମ
ଭାବନାକୁ ଲୋଡା ଟିକେ ରଙ୍ଗ ପରା
ରଂଗ ବିନା ଫିକା ଲାଗେ ତା ଚେହେରା
ରଂଗ ଆସେ ଉଡି ଚିନ୍ତା ଚେତନାରୁ
ଆବେଗ ଆନନ୍ଦ ଶୋକ ସାଗରରୁ
ପଲକ ପକାଇ ଆଖି ଖୋଲିଲେବି
ଆଖିରେ ଦିଶେନି ସେ ବାସ୍ତବ ଛବି
ଭାବନା ଭିତରେ ଯାଇଥାଏ ହଜି
ଆଖି ଆଗେ ନାଚେ ଭାବନାର ଛବି
ପାଟି ଫିଟେଇତ କହି ହୁଏ ନାହିଁ
ସେଇ ମୁହୂର୍ତ୍ତକୁ ଭୁଲି ହୁଏନାହିଁ
କେତେ କେତେ ଦୃଶ୍ୟ ଆସି ନାଚି ଯାଏ
କିଛି ଧରି ହୁଏ କିଛି ଚାଲିଯାଏ
ଓଠ ଚାହେଁ ଟିକେ ହସି ଦେବା ପାଇଁ
ହେଲେ ଜମା ସିଏ ହସି ପାରେ ନାହିଁ
ହୃଦୟ ଭିତରେ ଲହରୀର ଭିଡ
ଉଛୁଳି ପୁଣି ସେ ଫେରେ ବାରବାର
ହୃଦୟ ଭିତର ଅବସ୍ତା ଏପରି
ସଭିଙ୍କ ଜୀବନେ ଘଟେ ଏହିପରି
ଚାହିଁଲେ ଏ ସବୁ ଭୁଲି ହୁଏନାହିଁ
ଆଉ କିଛି କଥା ମନେ ରହେ ନାହିଁ
ଯେଉଁ ସବୁ କଥା ଭୁଲି ହୁଏ ନାହିଁ
କଲମ ମୁନର ଗାରେ ଯାଏରହି
ଗାଥା କଥା ଆଉ କବିତା ରୂପରେ
ଭାବନାର ରୂପ ପ୍ରସ୍ଫୁଟିତ କରେ
ଇନ୍ଦ୍ରଧନୁ ପରି ସାତୋଟି ରଙ୍ଗରେ
ସୁସଜ୍ଜିତ ହୋଇ କାଗଜ ପୃଷ୍ଠାରେ
ସାଇତି ରଖେ ସେ କେତେ କେତେ ସ୍ମୃତି
ସୁଖ ଦୁଃଖ ସାଥେ ସ୍ନେହ ଆଉ ପ୍ରିତୀ
ଭାବନା କଲମ ଦୁହେଁ ତ ଅମର
ଏଇ ତ ସମ୍ପର୍କ ସେଇ ଦୁହିଁଙ୍କର..
