STORYMIRROR

Urbasi Ran

Fantasy Others

3  

Urbasi Ran

Fantasy Others

ଭାବନା ଓ କଲମ

ଭାବନା ଓ କଲମ

1 min
388

ଭାବନାକୁ ଲୋଡା ଟିକେ ରଙ୍ଗ ପରା

ରଂଗ ବିନା ଫିକା ଲାଗେ ତା ଚେହେରା

ରଂଗ ଆସେ ଉଡି ଚିନ୍ତା ଚେତନାରୁ

ଆବେଗ ଆନନ୍ଦ ଶୋକ ସାଗରରୁ

ପଲକ ପକାଇ ଆଖି ଖୋଲିଲେବି  

ଆଖିରେ ଦିଶେନି ସେ ବାସ୍ତବ ଛବି

ଭାବନା ଭିତରେ ଯାଇଥାଏ ହଜି

ଆଖି ଆଗେ ନାଚେ ଭାବନାର ଛବି

ପାଟି ଫିଟେଇତ କହି ହୁଏ ନାହିଁ

ସେଇ ମୁହୂର୍ତ୍ତକୁ ଭୁଲି ହୁଏନାହିଁ

କେତେ କେତେ ଦୃଶ୍ୟ ଆସି ନାଚି ଯାଏ

କିଛି ଧରି ହୁଏ କିଛି ଚାଲିଯାଏ

ଓଠ ଚାହେଁ ଟିକେ ହସି ଦେବା ପାଇଁ

ହେଲେ ଜମା ସିଏ ହସି ପାରେ ନାହିଁ

ହୃଦୟ ଭିତରେ ଲହରୀର ଭିଡ

ଉଛୁଳି ପୁଣି ସେ ଫେରେ ବାରବାର

ହୃଦୟ ଭିତର ଅବସ୍ତା ଏପରି

ସଭିଙ୍କ ଜୀବନେ ଘଟେ ଏହିପରି

ଚାହିଁଲେ ଏ ସବୁ ଭୁଲି ହୁଏନାହିଁ

ଆଉ କିଛି କଥା ମନେ ରହେ ନାହିଁ

ଯେଉଁ ସବୁ କଥା ଭୁଲି ହୁଏ ନାହିଁ  

କଲମ ମୁନର ଗାରେ ଯାଏରହି

ଗାଥା କଥା ଆଉ କବିତା ରୂପରେ  

ଭାବନାର ରୂପ ପ୍ରସ୍ଫୁଟିତ କରେ

ଇନ୍ଦ୍ରଧନୁ ପରି ସାତୋଟି ରଙ୍ଗରେ

ସୁସଜ୍ଜିତ ହୋଇ କାଗଜ ପୃଷ୍ଠାରେ

ସାଇତି ରଖେ ସେ କେତେ କେତେ ସ୍ମୃତି  

ସୁଖ ଦୁଃଖ ସାଥେ ସ୍ନେହ ଆଉ ପ୍ରିତୀ

ଭାବନା କଲମ ଦୁହେଁ ତ ଅମର

ଏଇ ତ ସମ୍ପର୍କ ସେଇ ଦୁହିଁଙ୍କର..   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy