STORYMIRROR

Urbasi Ran

Others

4  

Urbasi Ran

Others

ବାପା

ବାପା

1 min
97

ବାହାରକୁ କଠୋର ସେ ଭିତରେ ନରମ

ପାଣିପରି ସ୍ଵଛ ପରା ତାଙ୍କରି ମରମ

ବାୟୁ ପରି ପ୍ରାଣ ଦାନ କରିଥାନ୍ତି ଯିଏ

ପାଳନ କରନ୍ତି ସ୍ନେହ ପ୍ରେମ ଦେଇ ସିଏ ।

ବାଳକରୁ ବଡ଼ ହୋଇ ବୃଦ୍ଧ ହେବାଯାଏ 

ପାରେ ନାହିଁ ଦେଖି ପଛେ ଛୋଟ ଭାବୁଥାଏ

ବାପା ପାଇଁ ବୃଦ୍ଧ ପୁତ୍ର ଛୋଟ ଛୁଆ ପରି

ପାଟିରେ କୁହନ୍ତି ବାପା ପୁଅ ତୁ ମୋହରି

ବାଟରେ ଚାଲିବା ପାଇଁ ସଦା ସେ କହନ୍ତି

ପାଦ ଟଳମଳ ହେଲେ ଧରି ସେ ନିଅନ୍ତି ।

ବାଟ ଯେତେ ଦୂର ଗଲେ ଭୟ ଲାଗେ ନାହିଁ

ପାଖେ ସଦାଶିବ ଥିବା ପରି ଲାଗୁଥାଏ

ବାଡ଼ି ପରି ଅନ୍ଧର ସେ ସାହାରା ଆମରି

ପାଉନି ବାଟ ମୁଁ ମୋର ବିନା ଯେ ତାଙ୍କରି ।

ବାସି ଫୁଲ ପରି ପରା ଜୀବନ ଆମର

ପାଖେ ଥିବା ଯାଏ ଗଛେ ଜୀବନ ଚଞ୍ଚଳ

ବାୟୁ ଚାଲିଗଲେ ନାସା ରନ୍ଧ୍ର ନିକଟରୁ

ପାରି ହେବା ଆମେ ଏ ଭବ ସାଗରୁ

ବାଟ ଅଛି ଯେତେ ଦୂର ପିତାଙ୍କ ଆଶିଷେ

ପାରି ହେବା ପାଇଁ ଚାହେଁ ମୋର ଚଲା ପଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍