STORYMIRROR

Ghanashyam Biswal

Tragedy

2  

Ghanashyam Biswal

Tragedy

ବେଇମାନୀ ଚେହେରା

ବେଇମାନୀ ଚେହେରା

1 min
317

ମଧୁର କଥାକହି

ନିରୀହ ମନକୁ ଆୟତ୍ତ କରିବା

ତ ତୋ ପାଇଁ

ଚୁଟକୀର ଖେଳ

ଆଉ ନିରୀହ ପ୍ରାଣକୁ

ଦଳି ଚକଟି ଧୂଳିସାତ କରିବାରେ ବି ତୁ ସିଦ୍ଧହସ୍ତ

ଖାଲି ଟିକେ ମଉକାର ଅପେକ୍ଷା

ସୁଯୋଗ ଉଣ୍ଡି

ମୁଖା ଖୋଲି

ତୋ ଭିତରେ ଥିବା ବେଇମାନି ରାକ୍ଷସ ବାହାରେ

ସେ କି ବୁଝିବ

ପ୍ରେମ ଆଉ ମମତାର ମୂଲ

ଲୁଟିନିଏ ସବୁ

କଅଁଳ ମନର ଭାବନା ଆଉ ଦେହର ବାସନା

ଜବରଦସ୍ତି

ପୁଣି ସୁଯୋଗ ଦେଖି

ଫିଙ୍ଗିଦିଏ ନର୍ଦମାକୁ

ଅଦରକାରୀ ହୁଏ ମୁଁ

ତୋ ପାଇଁ

ଏ ସମାଜ ପାଇଁ

ଏ ପୃଥିବୀ ପାଇଁ

ନିଜ ପାଇଁ

ଜଳି ଜଳି ଅନ୍ତ ହୁଏ ମୁଁ

କୁହୁରି କୁହୁରି

ତୋ ବେଇମାନି ଚେହେରାକୁ

ମନରୁ, ଦେହରୁ, ଆଉ ଆତ୍ମାରୁ ଘୃଣାକରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy