STORYMIRROR

Trilochan Das

Tragedy Others

4  

Trilochan Das

Tragedy Others

ବେଦନାର ପ୍ରତିରୂପ

ବେଦନାର ପ୍ରତିରୂପ

1 min
23.4K

ଆଙ୍କିଛ କି କେବେ କାହା ହୃଦୟର

ବେଦନାର ପ୍ରତିରୂପ

ଦେଖିଛ କି କେବେ ସାତ ଦରିଆରେ

ଦୁଃଖର ସାତୋଟି ଦ୍ବୀପ

ବୁକୁତଳେ ଚାପି ବୁକୁର ଯନ୍ତ୍ରଣା

ବୋକଚା ବୋହୁଛି କିଏ

କଳାକାର ହୋଇ କାଳର କରାଳେ

କଳଙ୍କର ବିଷ ପିଏ

ଲେଖିଛ କା'ପାଇଁ ଜୀବନ କବିତା

ଅଭାବୀ ସଂସାର ଗପ

ଆଙ୍କିଛ କି କେବେ କାହା ହୃଦୟର

ବେଦନାର ପ୍ରତିରୂପ

ରଙ୍ଗହୀନ ଆଜି ରମ୍ୟ ରଙ୍ଗଶାଳା

ରୂପହୀନ ରୂପବତୀ

ଅଳସୀ ଅନୂଢା଼ ଅକାଳରେ ଝଡେ

ଅଜଣା ଅଚିହ୍ନା ସାଥୀ

ଚିହ୍ନିଛ କି କାହା ପେଟର କ୍ଷୁଧାକୁ

ବୁଭୁକ୍ଷୁର ଛୋଟ ପାପ

ଆଙ୍କିଛ କି କେବେ କାହା ହୃଦୟର

ବେଦନାର ପ୍ରତିରୂପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy