STORYMIRROR

Trilochan Das

Inspirational

3  

Trilochan Das

Inspirational

ହେ ପ୍ରିୟ କଲାମ୍

ହେ ପ୍ରିୟ କଲାମ୍

1 min
176


ଭାରତମାତାର ସୁଯୋଗ୍ୟ ସନ୍ତାନ


ସୁନିଦ୍ରାରେ ଗଲ ଶୋଇ


ହେ ମହାମାନବ! ତୁମ ଅବସାନେ


ଦେଶ କାନ୍ଦେ କଇଁ କଇଁ। 


ଆଦର୍ଶ ଶିକ୍ଷକ ସୁଦକ୍ଷ ବିଜ୍ଞାନୀ


କ୍ଷେପଣାସ୍ତ୍ର ବିଜ୍ଞ ସ୍ରଷ୍ଟା


ରାଷ୍ଟ୍ରନାୟକ ହେ, ଅଭିଜ୍ଞ ବିନ୍ଧାଣୀ


ଭାରତର ଦିବ୍ୟ ଦ୍ରଷ୍ଟା। 


ପୋଖରାନ୍ ଠାରେ ପରମାଣୁ ଶକ୍ତି


କରିଥିଲ ପରୀକ୍ଷଣ


ଅଗ୍ନି ପୃଥ୍ବୀ ନାଗ ଆଦି ତିଆରିଲ


ଭାଙ୍ଗିଦେଲ ଶତ୍ରୁ ଟାଣ। 


ନିରଳସ ଭାବେ କର୍ମ ସଂପାଦନ


ମହାମନ୍ତ୍ର ଜୀବନର


ଦେଶ ହିତ ଲାଗି ତିଳତିଳ ଜଳି


ଚାଲିଗଲ ସ୍ବର୍ଗପୁର। 


ତୁମେ ହାରିନାହଁ ତୁମେ ମରିନାହଁ


ତୁମେ ଅଟ ମୃତ୍ୟୁଞ୍ଜୟ


ତୁମେ ତ ଦୁର୍ଜୟ ଆପଣା ପଣରେ


ନଥିଲାଟି ଡରଭୟ। 


ଚାଲିଗଲ ତୁମେ ଛାଡ଼ି ଶୂନ୍ୟସ୍ଥାନ


ଏବେ ବି ଅଧୁରା ସ୍ବପ୍ନ


ଯଦି ବା ଛୁଇଁଛି ମୃତ୍ୟୁର କାଳିମା


ତୁମେ ତ ଚିର ଅମ୍ଳାନ। 


ହେ ଛାତ୍ର ବତ୍ସଳ! ଶେଷ ମୁହୂର୍ତ୍ତରେ


ଛାତ୍ରମେଳେ ଥିଲ ରହି


ହେ ପ୍ରିୟ କଲାମ୍ ତୁମକୁ ସଲାମ୍


କୋଟି ହୃଦୟରେ ଥାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational