STORYMIRROR

Trilochan Das

Inspirational Others

5.0  

Trilochan Das

Inspirational Others

କଲମ

କଲମ

1 min
27.9K


କଲମ ଲେଖିଛି କବି ମନକଥା

ଛାତି ତଳେ ଯେତେ ବ୍ୟଥା

କେବେ ସେ ଲେଖିଛି ଖୁସିର ଜୁଆର

କେବେ ଲେଖେ ନୀରବତା ।।

କଲମ ଲେଖିଛି ଅଧିକାର ପାଇଁ

ଜାଳି ବିଦ୍ରୋହର ବହ୍ନି

ଅମା ଅନ୍ଧକାର ଦୂରେଇ ଦେଇଛି

ଶାନ୍ତିର ସନ୍ଦେଶ ବୁଣି ।।

ମାଆ ମନକଥା କେତେ ସେ ଲେଖିଛି

ଦରଦୀ ପ୍ରାଣର ସ୍ବର

ବାପାଙ୍କ ଆଖିରେ କେତେ ସମ୍ଭାବନା

ଅନୁଶାସନର ଗିର ।।

ଲେଖିଛି କାହାଣୀ ବୀର ସଇନିକ

ଅମର ଶହୀଦ କଥା

ବିରହୀ ପ୍ରିୟାର ଆଶାର ଆକାଶେ

ବେଦନା ବିଧୁର ଗାଥା ।।

ଲେଖିଛି ଲେଖିବ ଆହୁରି ଅନେକ

ସମାଜର ଚିତ୍ର ଆଙ୍କି

ଖଡ୍ଗଠାରୁ ବଳି ବଳୀୟାନ ସିଏ

ପଡିବନି କେବେ ଥକି।।

ତ୍ରିଲୋଚନ ଦାସ

ଶ୍ରୀବିହାର, ପୋ/ଜି- ଖୋର୍ଦ୍ଧା।

ଦୂରଭାଷ-୯୮୫୩୫୩୫୦୯୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational