STORYMIRROR

Kamal Kumar Dash

Tragedy

3  

Kamal Kumar Dash

Tragedy

ବଦଳିନି ଖାଲି ସ୍ମୃତି

ବଦଳିନି ଖାଲି ସ୍ମୃତି

1 min
13.3K




କହିବାର ତତେ ଅନେକତ ଥିଲା

ପାରିଲିନି କିଛି କହି

ସମୟ ସୁଅ ରେ ଆମେ ବହୁଦୂରେ

ଆଜି ତାର ମାନେ ନାହିଁ (1)


ସମ୍ପର୍କ ସପନ ବଦଳିଛି ସବୁ

ସମୟ ସାଥିରେ ସାଥୀ

ଠିକଣା ବି ଆଜି ବଦଳି ଯାଇଛି

ବଦଳିନି ଖାଲି ସ୍ମୃତି (2)


କେବେ ମନେପଡେ ସେ ପୁରୁଣା ସ୍ମୃତି

ମନେପଡେ ଗଲା କଥା

ସପନ ରେ ଭରା ସେଇ ଝାଉଁ ବଣ

ବେଳାଭୂମି ନୀରବତା (3)


କାଲି ଲେଖୁ ଥିଲି ଆଜିବି ଲେଖୁଛି

ତୁମରି ପାଇଁ କବିତା

ଭିଜା ବାଲି ପରେ ଲହଡି ସାଥିରେ

ଏକେଲା ହେଉଛି କଥା (4)


କେବେ ଖୁସି ହୁଏ କେବେ ପୋଛି ନିଏ

ଭିଜା ବଳିରୁ କବିତା

ତୁମେ ସିନା ଭୁଲି ଗଲ ଏଠୁ ଚାଲି

ସେ ଭୁଲିନି ଆମ କଥା (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy