STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ବଡ ଆଶ୍ଚମ୍ବିତ କଥା

ବଡ ଆଶ୍ଚମ୍ବିତ କଥା

2 mins
9


କଥା ବଡ ଆଶ୍ଚମ୍ବିତ ଲୋ ବଉଳ

କଥା ବଡ ଆଶ୍ଚମ୍ବିତ 

ମୂଷାଙ୍କ ତୁଣ୍ଡରେ ଆହାକି ମଧୁର

ଜୟ ଜୟ ଜଗନ୍ନାଥ ।


ଅଚ୍ୟୁତାନନ୍ଦ ଙ୍କ ଗାର ଲୋ ବଉଳ

ହାଡିଦାସଙ୍କର ଠାର

ହେଉଅଛି ସତ, ଘଟଣା ଅଦ୍ଭୁତ

ମାଳିକାର କଥା ସାର ।


କଳିକାଳ ଶେଷ ବେଳ ହୋଇଲାଣି

କହୁଛନ୍ତି ସାଧୁସନ୍ଥ

ପଶୁପକ୍ଷୀ ଆସି ସିଂହ ଦୁଆରରେ

ଘୋଷିବେଲୋ ଜଗନ୍ନାଥ।


ବଡ ଦାଣ୍ଡରେ ତ ଦିନ ସଦିପହରେ 

ଶୃଗାଳ ବୁଲିଲେ ଆସି

ସିଂହ ଦୁଆରରେ ମୂଷାମାନେ ବସି

ପ୍ରଭୁ ନାମ ହେଲେ ଘୋଷି।


ପ୍ରତ୍ୟକ୍ଷ ପ୍ରମାଣ କଲିକତାରୁ ଯେ

ମୂଷା ଦୁଇ ଆସିଥିଲେ

ମଣିଷ ଙ୍କ ପରି ଜୟ ଜଗନ୍ନାଥ

ନାମ ଦୁହେଁ ଘୋଷୁଥିଲେ।


ମହାପ୍ରଭୁଙ୍କର ଦରଶନ ପାଇଁ

ମନ କଲେ ସେହି ମୂଷା

ପାଳିଥିଲେ ଯିଏ ତାଙ୍କୁ ତ ତାଙ୍କର

ବୁଝିପାରିଲେ ସେ ଭାଷା ।


ପାଳନ କରତା ସାଥେ ତାଙ୍କୁ ନେଇ

ବଡ଼ଦାଣ୍ଡେ ପହଞ୍ଚିଲେ 

ମହାପ୍ରଭୁ ଙ୍କୁ ସେ ଦର୍ଶନ କରିବେ 

ମନେମନେ ଭାବିଥିଲେ।


ସିଂହ ଦୁଆରରୁ ମୂଷା ଦୁଇଟିକୁ

ଦେଉଳ ହୋଇଲା ମନା

ସେହିଠାରୁ ସିଏ ଦୁଃଖରେ ଦେଖିଲେ

ପତିତପାବନ ବାନା ।


ପତିତପାବନ ପ୍ରଭୁ ଙ୍କୁ ଦୂରରୁ

କଲେ ମୂଷା ପ୍ରଣିପାତ

ତୁଣ୍ଡରେ ତାଙ୍କର ଘୋଷୁଥିଲେ ଦୁହେଁ

ଜୟ ଜୟ ଜଗନ୍ନାଥ।


ମନଦୁଃଖରେତ ମାଲିକାଣୀ ସାଥେ

ଫେରିଯାଉଥିଲେ ମୂଷା

ମହାପ୍ରଭୁଙ୍କର ଦରଶନ ସେତ

ଆଶାରେ ରହିଲା ଆଶା ।


ନିରୀହ ପଶୁଙ୍କ ଡାକ ଯେ ବାଜିଲା

ପ୍ରଭୁଙ୍କ କାନରେ ଯାଇ

ଭକତ ବତ୍ସଳ ଅନୁମତି ଦେଲେ

ଦେଉଳେ ଦର୍ଶନ ପାଇଁ।


ଏତେ ଖୁସି କୁହ କହିଲେ ନସରେ

ମୂଷା ଦୁଇ ସେତ ଗଲେ

ମାଲିକାଣୀ ସାଥେ ଗରୁଡ଼ ସ୍ତମ୍ଭକୁ 

ଛୁଇଁ ସେ ପ୍ରଣାମ କଲେ।


ରତ୍ନବେଦିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ

ଭକ୍ତିରେ ଦର୍ଶନ କଲେ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ପଶୁ ଦୁଇ ଗାଇ ହେଲେ ।


ବଡ ଦେଉଳରୁ ମୂଷା ଦୁଇ ଯେବେ

ଆସିଲେ ଦର୍ଶନ ସାରି

ଲୋକମାନେ ସବୁ ସିଂହ ଦୁଆରରେ

ସେମାନଙ୍କୁ ଗଲେ ଘେରି।


ପଚାରିଲେ ଲୋକେ କାହାକୁ ଦର୍ଶନ

ଦେଉଳ କରିଲ ତୁମେ

ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ

କହିଲେ ଦେଖିଲୁ ଆମେ।


ଧନ୍ୟ ପ୍ରଭୁ ତୁମେ ଧନ୍ୟ ଜଗନ୍ନାଥ

ବୁଝିପାର ଭକ୍ତ କଥା 

ହେଉ ପଛେ ସିଏ କୀଟ ପଶୁ ପକ୍ଷୀ

ହେଉ ଅବା ତରୁଲତା ।


ମୂଷା ମାନଙ୍କୁ ତ ଆଶିଷ ବରଷା

କଥାଟିଏ ଯାଏ କହି

ଶ୍ରୀଜଗନ୍ନାଥଙ୍କ ପରିତ ଠାକୁର

ମିଳିବେ କେଉଁଠି କାହିଁ?


ମାଟିରୁ ଆକାଶ ସବୁରି ତୁଣ୍ଡରେ

ଜୟଜୟ ଜଗନ୍ନାଥ

ସେତ ସନାତନ ସେତ ଚିରନ୍ତନ

ସବୁ ମାୟା ସିଏ ସତ ।


ଭାବ ଭକତିରେ ମହାପ୍ରଭୁଙ୍କର

ନାମ ଯିଏ ହୁଏ ଘୋଷି

ଦୟାସାଗର ସେ ଭକତ ପାଇଁକି

ଆଶିଷ ଯାଆନ୍ତି ବର୍ଷି।


କଳିକାଳ ଶେଷେ ପାପ ବିନାଶାବେ 

କଳ୍କୀ ରୂପ ପ୍ରଭୁ ଧରି

ସାଧୁ ସନ୍ଥଙ୍କୁ ସେ ଉଦ୍ଧାର କରିବେ

ଧର୍ମ ସଂସ୍ଥାପନ କରି ।


କଳିକାଳ ଶେଷ ସଙ୍କେତ ଦିଅନ୍ତି

ତରୁଲତା ପଶୁପକ୍ଷୀ

ବେଳହୁଁ ତ ସବୁ ହୁଅ ସାବଧାନ

ଆସୁଛନ୍ତି ପରା କଳ୍କୀ।


ଅମୃତ ଦୃଷ୍ଟିରେ ଜଗତ କରତା

ଜଗତକୁ ଛନ୍ତି ଚାହିଁ

ଭବସାଗରରୁ ତରି ଯିବା ଆସ

ଜୟ ଜଗନ୍ନାଥ ଗାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract